ଏନ୍ଏସ୍‌ଇର ପୂର୍ବତନ ସିଇଓ ନାରାୟଣଙ୍କୁ ଦୁଇ ଦିନିଆ ଇଡି ହାଜତକୁ ପଠାଗଲା

ନୂଆଦିଲ୍ଲୀ : ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ରବି ନାରାୟଣଙ୍କୁ ଦୁଇ ଦିନିଆ ଇଡି ହାଜତକୁ ପଠାଯାଇଛି। କର୍ମଚାରୀଙ୍କ ଫୋନ୍‌କୁ ବେଆଇନ ଭାବେ ଟ୍ୟାପ୍ କରିବା ଓ କୋଲୋକେସନ ମାମଲାରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। କୋଲୋକେସନ ମାମଲାରେ ପୂର୍ବରୁ ଏନଏସଇର ଅନ୍ୟତମ ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଓ ମୁମ୍ବାଇ ପୁଲିସ କମିସନର ସଞ୍ଜୟ ପା‌ଣ୍ଡେଙ୍କୁ ଗିରଫ କରାଯାଇଛି। ୧୯୯୪ରୁ ୨୦୧୩ ପର୍ଯ୍ୟନ୍ତ ଏନଏସଇର ସିଇଓ ଭାବେ ନାରାୟଣ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର