କୋଲକାତା: ମାର୍ଚ୍ଚ ୨୨ରୁ ଆଇପିଏଲ ୨୦୨୪ର ୧୭ ତମ ସିଜିନ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ୧୦ଟି ଯାକ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି। ଇତିମଧ୍ୟରେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଆଇପିଏଲ ଖେଳିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି କୁହାଯାଉଛି।
ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆଠାରୁ ସ୍ବାସ୍ଥ୍ୟଗତ କାରଣରୁ ଦୂରରେ ଥିଲେ। ଗତ ବର୍ଷ ଏକଦିବସୀୟ ବିଶ୍ବକପ ସମୟରେ ବାଂଲାଦେଶ ସହିତ ଖେଳୁଥିବା ବେଳେ ସେ ଆଘାତ ପାଇଥିଲେ। ଏହାପରେ ଚିକିତ୍ସା ପାଇଁ ସେ ଦଳରୁ ଦୂରେଇ ରହିଥିଲେ। କିନ୍ତୁ ଏବେ ଆଇପିଏଲ ପୂର୍ବରୁ ସେ ଫିଟ୍ ହୋଇଯାଇଛନ୍ତି। ଆଗକୁ ଆଇପିଏଲ ଥିବାବେଳେ ସେ ସୁସ୍ଥ ହେବା ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।
୬ମାସ କ୍ରିକେଟରୁ ଦୂରରେ ଥିବା ହାର୍ଦ୍ଦିକ ଟିମ୍ ଇଣ୍ଡିଆ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳି ପାରି ନାହାନ୍ତି। ତାଙ୍କର ଆଇପିଏଲକୁ ଫେରିବା ନେଇ ପୂର୍ବତନ ପେସ୍ ବୋଲର ପ୍ରବୀଣ କୁମାର କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ହାର୍ଦ୍ଦିକ ଠିକ୍ ଆଇପିଏଲ ପୂର୍ବରୁ କିଭଳି ସୁସ୍ଥ ହୋଇଗଲେ।
ଏକ ସାକ୍ଷାତ୍ କାରରେ ସେ କହିଛନ୍ତି ୨ ମାସ ପୂର୍ବରୁ ହାର୍ଦ୍ଦିକ ଖେଳୁ ନଥିଲେ। ତାଙ୍କୁ ଆଘାତ ଲାଗିଥିଲା। ଘରୋଇ କ୍ରିକେଟରେ ମଧ୍ୟ ନିଜ ରାଜ୍ୟ ଟିମ୍ ରେ ହାର୍ଦ୍ଦିକ ଖେଳି ନାହାନ୍ତି। ଏଭଳି ମନୋଭାବ ଠିକ୍ ନୁହେଁ। ଟଙ୍କା ରୋଜଗାର ପାଇଁ ଆଇପିଏଲ୍ ପୂର୍ବରୁ ଏବେ ହାର୍ଦ୍ଦିକ ସୁସ୍ଥ ହୋଇ ଯାଇଛନ୍ତି। କିନ୍ତୁ ତାଙ୍କୁ ଦେଶ ପାଇଁ ମଧ୍ୟ ଖେଳିବା ଆବଶ୍ୟକ। କେବଳ ଆଇପିଏଲ ଆଇପିଏଲ ହେଲେ କିଛି ହେବ ନାହିଁ।
ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ପଦରୁ ହଟାଇବା ପ୍ରଶ୍ନର ଉତ୍ତରରେ ପ୍ରବୀଣ କହିଛନ୍ତି ଗୋଟିଏ ବର୍ଷ କ’ଣ ସେ ଦୁଇବର୍ଷ ମଧ୍ୟ ଦଳର ଅଧିନାୟକତ୍ବ କରି ପାରିଥାନ୍ତେ। କିନ୍ତୁ ଏହା ମ୍ୟାନେଜମେଣ୍ଟ ନିଷ୍ପତ୍ତି ଉପରେ ନିର୍ଭର କରେ।
ଆଇପିଏଲ ଆସିବାରୁ ଟଙ୍କା ରୋଜଗାର ଲୋଭରେ ସୁସ୍ଥ ହେଲେ ପାଣ୍ଡ୍ୟା: ସମାଲୋଚନା କଲେ ପୂର୍ବତନ ପେସ୍ ବୋଲର
/sambad/media/post_attachments/wp-content/uploads/2024/03/WhatsApp-Image-2024-03-13-at-3.52.34-PM.jpeg)