ଟ୍ରମ୍ପ ବିବାହିତ ଜାଣି ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାରୁ ମୁଁ ମେଲାନିଆଙ୍କୁ କ୍ଷମା ମାଗୁଛି : ପ୍ଲେବଏ ମଡ଼େଲ କରେନ

ଲସ୍‌ଏଞ୍ଜଲ୍‌ସ : ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍‌ଡ଼ ଟ୍ରମ୍ପଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ଟ୍ରମ୍ପଙ୍କ ସହ ଶାରୀରିକ ସଂପର୍କ ରଖିଥିବାରୁ ପୂର୍ବତନ ପ୍ଲେ ବଏ ପତ୍ରିକା ମଡ଼େଲ କରେନ୍‌ ମାକ୍‌ ଡ଼ୋଗଲ ଏକ ସାକ୍ଷାତକାରରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ କ୍ଷମା ମାଗିଛନ୍ତି । ଜଣେ ବିବାହିତ ପୁରୁଷ ଜାଣି ମଧ୍ୟ ତାଙ୍କ ସହ ମୁଁ ଶାରୀରିକ ସଂପର୍କ ରଖିଥିବାରୁ ମେଲାନିଆଙ୍କୁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି । ସିଏନ୍‌ଏନ୍‌କୁ ଗୁରୁବାର ସେ ଏକ ସାକ୍ଷାତକାର ଦେଇଥିବା ବେଳେ ୨୦୦୬ରେ ଟ୍ରମ୍ପଙ୍କ ସହ ତାଙ୍କର ଥିବା ଶାରୀରିକ ସଂପର୍କ ବିଷୟରେ ଖୁଲାସା କରିିଛନ୍ତି । ୨୦୦୬ରେ ସେ ପ୍ରଥମେ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଟ୍ରମ୍ପ ତାଙ୍କୁ ଏଥି ପାଇଁ ଟଙ୍କା ଯାଚିଥିଲେ ବୋଲି ସେ କହିଛନ୍ତି ।

people.com

ତାଙ୍କ କହିବା ଅନୁଯାୟୀ, “୨୦୦୬ରେ ବେଭେର୍‌ଲି ହିଲ୍‌ସ ହୋଟେଲରେ ମୁଁ ଟ୍ରମ୍ପକୁ ଦେଖା କରିବା ସହ ତାଙ୍କ ସହ ଶରୀରିକ ସମ୍ପର୍କ ରଖିଥିଲି । ଏଥି ପାଇଁ ଟ୍ରମ୍ପ ମୋତେ ଟଙ୍କା ଦେଇଥିଲେ ମଧ୍ୟ ତାକୁ କିପରି ନେବି ମୁଁ ଜାଣି ପାରି ନଥିଲି । ଏହା ପରେ ମୁଁ ତାଙ୍କ ମୁହଁକୁ ଅନାଇ ମୁଁ ସେପରି ଝିଅ ନୁହଁ କହି ସେଠାରୁ ଚାଲି ଆସିଥିଲି । ଗାଡ଼ିରେ ଆସିବା ବେଳେ ସେ କଥାକୁ ଭାବି ମୁଁ ବହୁତ କାନ୍ଦିଥିଲି । କିନ୍ତୁ ମୁଁ ଜାଣି ନଥିଲି, ସେ ରାତିର ଘଟଣା ପରେ ମୁଁ ଆଉ ତାଙ୍କୁ ଭେଟିବି ବୋଲି । କିନ୍ତୁ କିଛି ଦିନ ପରେ ସେ ମୋତେ ଡ଼େଟ୍‌ରେ ଯିବା ପାଇଁ ଡ଼ାକିଥିଲେ । ବହୁତ ଭାବିବା ପରେ ମୁଁ ତାଙ୍କ ସହ ଯିବାକୁ ରାଜି ହୋଇ ଯାଇଥିଲି । ଏହା ପେରେ ପ୍ରାୟ ୧୦ମାସ ପର୍ଯ୍ୟନ୍ତ ଆମେମାନେ ପ୍ରେମ ସଂପର୍କରେ ରହିଥିଲୁ । ୨୦୦୭ରେ ମୁଁ ଜଣେ ବିବାହିତ ପୁରୁଷ ସହ ରହି ତାଙ୍କ ସ୍ତ୍ରୀଙ୍କୁ ଧୋକା ଦେଉଛି ବୋଲି ନିଜକୁ ଦୋଷୀ ଭାବିବା ସହ ତାଙ୍କ ଠାରୁ ଦୂରେଇ ଯାଇଥିଲି । ସେଇ କିଛି ମାସ ମଧ୍ୟରେ ଆମେ ଅନେକ ଥର ଅନ୍ତରଙ୍ଗ ହୋଇଥିବା ବେଳେ ନ୍ୟୁୟର୍କ,ନ୍ୟୁଜର୍ସି ଏବଂ କାଲିଫର୍ଣ୍ଣିଆକୁ ମୁଁ ତାଙ୍କ ସହ ବୁଲି ଯାଇଥିଲି ।’

Los Angeles Times

ଆପଣଙ୍କ ଏହି କାମ ପାଇଁ ଆପଣ ଟ୍ରମ୍ପଙ୍କ ସ୍ତ୍ରୀଙ୍କୁ କ’ଣ କହିବା ପାଇଁ ଚାହିଁବେ ବୋଲି ପଚରା ଯିବାରୁ “ମୁଁ କ୍ଷମା ମାଗିବା ଛଡ଼ା ଆଉ କିଛି କରି ପାରିବି ନାହିଁ ବୋଲି ସେ କହିଥିଲେ । ଏ ବିଷୟରେ ମୁଁ କାହାକୁ ବି ଜଣାଇବାକୁ ଚାହୁଁ ନଥିଲି । କିନ୍ତୁ ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ମୁଁ କହିବାକୁ ବାଧ୍ୟ ହେଲି ବୋଲି କରେନ୍‌ କହିଛନ୍ତି । ସୂଚନା ମୁତାବକ, ଟ୍ରମ୍ପ ୨୦୦୫ରେ ମେଲାନିଆଙ୍କୁ ବିବାହ କରିଥିବା ବେଳେ ୨୦୦୬ରେ ତାଙ୍କ ପୁଅ ବରୋନ୍‌ ଜନ୍ମଗ୍ରହଣ କରିଥିଲୋ

ସମ୍ବନ୍ଧିତ ଖବର