ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ମନମୋହନ। ଲୁହ ଭରା ଆଖିରେ ସଂସାରର ସଂସ୍କାରକୁ ବିଦାୟ ଦେଲେ ଦେଶବାସୀ। ଗୁରୁବାର ରାତିରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ତାଙ୍କ ଝିଅ ଆସିପାରିନଥିବାରୁ ଶୁକ୍ରବାର ପରିବର୍ତ୍ତେ ଆଜି ତାଙ୍କର ଶେଷକୃତ୍ୟ ହୋଇଛି। ଶେଷକୃତ୍ୟ ପାଇଁ ଦିନ ୧୦ଟା ପରେ ତାଙ୍କ ପାର୍ଥିବ ଶରୀର ସର୍ବ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରୁ ବାହାରି ଶ୍ମଶାନରେ ପହଞ୍ଚିଥିଲା।
ନୂଆଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଅନ୍ତିମ ଦର୍ଶନ ପାଇଁ ଅନ୍ୟ ବରିଷ୍ଠ କଂଗ୍ରସ ନେତା ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ଶ୍ମଶାନରେ ପହଞ୍ଚିଥିବା ଦେଖାଯାଇଥିଲା। ରାଜକୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ସାମ୍ନାକୁ ଆସିଛି।
#WATCH | Former Prime Minister #DrManmohanSingh laid to rest with full state honours after leaders and family paid last respects at Nigam Bodh Ghat in Delhi.
— ANI (@ANI) December 28, 2024
Former PM Dr Manmohan Singh died on 26th December at AIIMS Delhi.
(Source: DD News) pic.twitter.com/MvAJsZefrt
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ନେତା ଶୁକ୍ରବାର ଦିନ ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ଡ. ମନମୋହନ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
#WATCH | Delhi | Mortal remains of former Prime Minister #DrManmohanSingh being taken to Nigam Bodh Ghat for his last rites.
— ANI (@ANI) December 28, 2024
Former PM Dr Manmohan Singh died on 26th December at AIIMS Delhi. pic.twitter.com/NSt6vwiWIL
#WATCH | Last salute accorded to former Prime Minister #DrManmohanSingh at Nigam Bodh Ghat in Delhi.
— ANI (@ANI) December 28, 2024
President Droupadi Murmu, Vice President Jagdeep Dhankhar, Prime Minister Narendra Modi, Union Ministers, Congress leaders and others present at Nigam Bodh Ghat.
(Source: DD… pic.twitter.com/priOUzdvbJ
ତେବେ ଡ. ମନମୋହନ ସିଂହ ଏକାଧାରରେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ ଥିଲେ, ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ପରେ ସେ ଥିଲେ ଚତୁର୍ଥ ସର୍ବାଧିକ ସମୟ ଧରି କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ। ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିବା ସିଂହ ଭାରତର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ ଥିଲେ। ଜବାହରଲାଲ ନେହରୁଙ୍କ ପରେ ସେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ।