ଟ୍ରମ୍ପ୍‌ଙ୍କ ସମ୍ମାନର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଉଥିବା ରାତ୍ର ଭୋଜନରେ ଅନୁପସ୍ଥିିତ ରହିବେ ଡ.ମନମୋହନ ସିଂହ

ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମ୍ମାନର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଦେଉଥିବା ରାତ୍ର ଭୋଜନରେ ଅନୁପସ୍ଥିତ ରହିବେ ପୂର୍ବତନ ପ୍ରଧାନମନ୍ତ୍ରୀ  ଡ.ମନମୋହନ ସିଂହ। ପୂର୍ବରୁ ମନମୋହନ ସିଂହ ନିମନ୍ତ୍ରଣ ଗ୍ରହଣ କରିଥିଲେ। ମାତ୍ର ସୋମବାର ସେ ‌ରାତ୍ର ଭୋଜନରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସୂଚନା ପ୍ରଦାନ କରିଛନ୍ତି।

ସିଂହ ରାଷ୍ଟ୍ରପତି ଭବନରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହିପାରୁଥିବା କାରଣରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ବିରୋଧୀ ଦଳ କଂଗ୍ରେସର ଶୀର୍ଷ ନେତାମାନଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ସାକ୍ଷାତ-ଆଲୋଚନା କରିବାକୁ ଅନୁମତି ଦିଆଯାଇନାହିଁ। 

Economics Times

କେବଳ ମନମୋହନ ସିଂହ ନୁହନ୍ତି, ଦଳକୁ ସମ୍ମାନ ଦେଇ ତାଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ ଓ ଗୁଲାମ ନବୀ ଆଜାଦ ମଧ୍ୟ ଏହି ନୈଶଭୋଜନ କାର୍ଯ୍ୟକ୍ରମରେ ଉପସ୍ଥିିତ ରହିପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ଦୁଇଦିନିଆ ଭାରତ ଗସ୍ତରେ ଆସି ସୋମବାର ପୂର୍ବାହ୍ନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଅହମଦାବାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରମର୍ଦ୍ଦନ ଓ ଆଲିଙ୍ଗନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିଥିଲେ। ନିର୍ଦ୍ଧାରିତ ସମୟ ୧୧: ୪୦ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌, କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍‌ନର୍‌ ଏବଂ ପ୍ରତିନିଧି ଦଳ ସହ ବିମାନ ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିଥିଲା। ସେମାନଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ। ଟ୍ରମ୍ପ୍‌ ଗୁଜୁରାଟର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚି ନିଜର ଅଭିଭାଷଣ ରଖିଥିଲେ। ପରେ ସେ ଆଗ୍ରାର ତାଜ୍‌ ମହଲ ଆଦି ବୁଲି ଦେଖିଛନ୍ତି।

ସମ୍ବନ୍ଧିତ ଖବର