ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଉପରେ ଅାପତ୍ତି ଉଠାଇଲେ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ କରିଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ପିଏମ୍‌ ମୋଦିଙ୍କ ଧମକ ପୂର୍ଣ୍ଣ ଭାଷଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରପତିଙ୍କୁ ମନମୋହନ ସିଂ ଚିଠି ଲେଖି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ପାର୍ଟିର ତଥା ଅନ୍ୟ ପାର୍ଟିର ନେତାଙ୍କୁ ନେଇ ଧମକ ଦେବା ସହିତ ଲୋକମାନଙ୍କୁ ଭୟଭୀତ କରିବା ଭଳି ଭାଷଣ ଦେଉଛନ୍ତି। ଏମିତି ଭାଷାର ପ୍ରୟୋଗ ଏକ ପ୍ରଧାନମନ୍ତ୍ରୀଙ୍କ ପାଇଁ ଠିକ୍‌ ହୋଇ ନ ଥାଏ ବୋଲି ମୁଁ ଭାବୁଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇ ୬ ତାରିଖରେ ହୁବଲିରେ ଭାଷଣ ଦେଉଥିଲେ। ଏହି ସମୟରେ ମୋଦି କହିଥିଲେ, ‘‘କଂଗ୍ରେସ କେ ନେତା କାନ୍‌ ଖୋଲ୍‌ କର୍‌ ସୁନ୍‌ ଲିଜିୟେ, ଅଗର ସୀମାଓ କୋ ପାର୍‌ କରୋଗେ, ତୋ ୟେ ମୋଦି ହୈ, ଲେନେ କୋ ଦେନେ ପଡ଼ ଜାଓଗୋ।’’ ଅର୍ଥାତ୍‌ ‘‘କଂଗ୍ରେସ ନେତାମାନେ କାନ ଖୋଲି ଶୁଣି ନିଅ, ଯଦି ତୁମେ ସୀମା ପାର କରିବାକୁ ଚେଷ୍ଟା କର , ତେବେ ମୁଁ ମୋଦି, ତୁମକୁ ଏହା ଭାରି ପଡ଼ିପାରେ।’’

ମନମୋହନ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀଙ୍କୁ କାହାରି ବିରୋଧରେ ଏଭଳି ଭାଷା ପ୍ରୟୋଗ କରିବାର ଠିକ୍‌ ନ ଥିଲା। ଏହି ଚିଠିରେ ସେ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କ ହସ୍ତାକ୍ଷର ମଧ୍ୟ ନେଇଛନ୍ତି। ତେବେ ଏହି ସମୟରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏବେ ସମସ୍ତ ନେତାଙ୍କୁ ଫଳର ଆଶା ରହିଛି। ତେବେ ଏହା ପୂର୍ବରୁ ମନମୋହନଙ୍କ ରାଷ୍ଟ୍ରପତିଙ୍କୁ ଏଭଳି ଚିଠି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର