ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏସ୍ପିଜି ସୁରକ୍ଷା ବଳୟକୁ ହଟାଇଲା ଗୃହ ମନ୍ତ୍ରାଳୟ; ଏଣିକି ମିଳିବ ଜେଡ୍ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଦାନ କରା ଯାଉଥିବା ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ୍ (ଏସ୍ପିଜି) ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଛନ୍ତି। ଏସ୍ପିଜି ସୁରକ୍ଷା ବଳୟ ପରିବର୍ତ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏଣିକି ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ।
Sambad is now on WhatsApp
Join and get latest news updates delivered to you via WhatsApp
Ministry of Home Affairs (MHA): The current security cover review is a periodical and professional exercise based on threat perception that is purely based on professional assessment by security agencies. Dr. Manmohan Singh continues to have a Z+ security cover. pic.twitter.com/qYxxg2abI3
— ANI (@ANI) August 26, 2019
ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ସୁରକ୍ଷା ଏଜେନ୍ସି ଓ ଗୁଇନ୍ଦା ବିଭାଗ ପକ୍ଷରୁ ମନ୍ତ୍ରାଳୟକୁ ନିୟମିତ ଭାବେ ମିଳୁଥିବା ରିପୋର୍ଟ ଆଧାରରେ ଦେଶର ଭିଭିଆଇପିମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରା ଯାଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇ ଥାଏ। ଏବଂ ଆବଶ୍ୟକତା ଅନୁଯାୟୀ ଏହାକୁ ପରିବର୍ତ୍ତନ କରା ଯାଇଥାଏ। ନିକଟରେ ମନ୍ତ୍ରାଳୟ ପକ୍ଷରୁ କରା ଯାଇଥିବା ଏକ ସମୀକ୍ଷାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଦାନ କରା ଯାଉଥିବା ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ୍ (ଏସ୍ପିଜି) ସୁରକ୍ଷାର ଆବଶ୍ୟକତା ନଥିବା ଜଣା ପଡ଼ିଥିଲା। ସେଥିପାଇଁ ଏସ୍ପିଜି ସୁରକ୍ଷା ବଳୟ ପରିବର୍ତ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏଣିକି ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।