ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବଙ୍କୁ ୮୨ ପୂରିଲା

ନୂଆଦିଲ୍ଲୀ: ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ୨୦୧୨ରୁ ୨୦୧୭ ଜୁଲାଇ ଯାଏ କାର୍ଯ୍ୟଭାର ସମ୍ଭାଳିଥିବା ପ୍ରବଣ ମୁଖାର୍ଜୀଙ୍କୁ  ୮୨ ବର୍ଷ ପୂରିଛି। ତାଙ୍କ ଜନ୍ମତିଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟର ନେତା ଦଳମତ ନିର୍ବିଶେଷରେ ପ୍ରଣବଦା’ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି। ନିଜ ୪୮ ବର୍ଷର ରାଜନୈତିକ ଜୀବନରେ ଅର୍ଥ ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିବା ପ୍ରଣବଦା’ ନିର୍ଭୀକ, ବାସ୍ତବବାଦୀ ଏବଂ ସମ୍ବେଦନଶୀଳ ରହିବା ସହ ବିଭିନ୍ନ ସଂକଟଜନକ ସ୍ଥିତିରେ ଜଣେ ଦୃଢ଼ ମଧ୍ୟସ୍ଥି ଭାବେ ସମସ୍ତଙ୍କ ପାଖରେ ପରିଚିତ ଥିଲେ।

ସମ୍ବନ୍ଧିତ ଖବର