ଦିଲ୍ଲୀ ଏମ୍ସରୁ ଛାଡ଼ ପାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ମନମୋହନ ସିଂ ଆଜି ଦିଲ୍ଲୀର ଏମ୍ସରୁ ଛାଡ଼ ପାଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି ।

ଗତ ସୋମବାରଠାରୁ ତାଙ୍କ ଶରୀରରେ ଆଉ ଜ୍ୱର ନାହିଁ । ସେ ସ୍ୱାଭାବିକ ଭାବେ ଖାଦ୍ୟଗ୍ରହଣ କରୁଛନ୍ତି । ଡଃ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ଦେଶରେ ତାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା ।

ଗତ ରବିବାରଦିନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏକ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିବା କୁହାଯାଉଛି । ଏମ୍ସରେ ଭର୍ତ୍ତି ହେବା ପରେ ଏହି ସମୟରେ ତାଙ୍କର ସ୍ୱାବ ନମୁନା ନିଆଯାଇଥିଲା । ପରୀକ୍ଷାରୁ ତାହା ନେଗେଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କର ଆଉ କେତେକ ଟେଷ୍ଟ ମଧ୍ୟ କରାଯାଇଥିଲା । ସେଗୁଡ଼ିକର ରିପୋର୍ଟ ଜଣାପଡ଼ିନାହିଁ ।

ଡଃ ମନମୋହନ ସିଂ ଏବେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି । ସେ ୨୦୦୪ରୁ ୨୦୦୯ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ପୂର୍ବରୁ ତାଙ୍କର ଦୁଇଥର ହୃଦୟ ଅସ୍ତ୍ରୋପଚାର ହୋଇଛି । ୧୯୯୦ରେ ବ୍ରିଟେନରେ ତାଙ୍କର ବାଇପାସ ସର୍ଜରୀ ଓ ୨୦୦୪ରେ ତାଙ୍କର ଆଂଜିଓପ୍ଲାଷ୍ଟି ହୋଇଥିଲା । ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡା ତାଙ୍କ ଅସ୍ତ୍ରୋପଚାର କରିଥିଲେ ।

ସମ୍ବନ୍ଧିତ ଖବର