ଭୁବନେଶ୍ବର : ଦିଲ୍ଲୀ ଏମ୍ସର ପୂର୍ବତନ ଲୋକସମ୍ପର୍କ ଅଧିକାରୀ ତଥା ନୂଆଦିଲ୍ଲୀ ଓଡ଼ିଆ ଆସୋସିଏସନ୍ର ସଭାପତି ବିଜୟ ଦାଶଙ୍କ ଗତକାଲି ଭୁବନେଶ୍ବରରେ ପରଲୋକ ହୋଇଯାଇଛି। ସ୍ବର୍ଗତ ଦାଶ ବହୁମୁଖୀ ପ୍ରତିଭାର ଅଧିକାରୀ ଓ ଲୋକପ୍ରିୟ ବ୍ୟକ୍ତିତ୍ୱ ଥିଲେ। ସେ ଦିଲ୍ଲୀ ଓଡ଼ିଆ ସମାଜର ସମ୍ପାଦକ, ହଜ୍ଖାସ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କରୁଥିବା ନୀଳାଚଳ ସେବା ସଂଘର ସଭାପତି ସହିତ ‘ସୁଖଦୁଃଖ’ ପତ୍ରିକାର ସମ୍ପାଦକ ଦାୟିତ୍ବ ମଧ୍ୟ ସଫଳତାର ସହ ତୁଲାଇଥିଲେ। ଓଡ଼ିଶାର ଯେ କୌଣସି ସ୍ଥାନରୁ କେହି ଯଦି ଏମ୍ସରେ ପହଞ୍ଚି ଅସୁବିଧାର ସମ୍ମୁଖୀନ ହେଉଥିଲେ ଶ୍ରୀ ଦାଶ ସବୁ କାମ ଛାଡ଼ି ସହାୟତା ପାଇଁ ପହଞ୍ଚିଯାନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକର ଛାୟା ଖେଳିଯାଇଛି।
ଦିଲ୍ଲୀ ଏମ୍ସର ପୂର୍ବତନ ଜନସମ୍ପର୍କ ଅଧିକାରୀଙ୍କ ପରଲୋକ
/sambad/media/post_attachments/wp-content/uploads/2022/11/aaaad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)