ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ବିଜେପି ମୁଖ୍ୟ ଏବଂ ଦଳର ବରିଷ୍ଠ ନେତା କମଳ ଶର୍ମାଙ୍କର ଫିରୋଜପୁର ଜିଲ୍ଲାରେ ରବିବାର ସକାଳେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଛି।

Advertisment

୪୮ ବର୍ଷିୟ ଶର୍ମା ସକାଳେ ବୁଲିବାକୁ ଯାଇଥିବା ବେଳେ ତାଙ୍କୁ ହୃଦ୍‌ଘାତ ହୋଥିବା କଥା ତାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଥିଲେ।

ଶର୍ମାଙ୍କର ପତ୍ନୀ ଓ ଦୁଇ ଜଣ ପିଲା ଅଛନ୍ତି।

ଦୁଇ ଘଣ୍ଟା ତଳେ ଶର୍ମା ଟୁଇଟ୍‌ କରି ଲୋକମାନଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଥିଲେ।