ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାଗତ କରିବା ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ଡାକ୍ତର, ଚାଲିଗଲା ପୂର୍ବତନ ଯବାନଙ୍କ ଜୀବନ

ପାଟନା: ଡାକ୍ତରଖାନାର ଭୁଲ ପାଇଁ ବିହାରରେ ଚାଲିଗଲା ଅବସରପ୍ରାପ୍ତ ଯବାନଙ୍କ ଜୀବନ। ଡାକ୍ତରଖାନା ପରିଦର୍ଶନ ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଆସିବାର ଥିବାରୁ ଡାକ୍ତରଖାନାର ଡାକ୍ତରମା‌ନେ ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲେ। ସଠିକ ସମୟ‌ରେ ଯବାନଙ୍କୁ ଚିକିତ୍ସା ନମିଳିବାରୁ ତାଙ୍କର ଜୀବନ ଚାଲିଯାଇଥିବା ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।

ମୃତକଙ୍କ ନାଁ ବିନୋଦ ସିଂହ ହୋଇଥିବା ବେଳେ ତାଙ୍କ ପୁଅ ଅଭିମନ୍ୟୁ କୁମାର କହିଛନ୍ତି ଯେ, ବାପା କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ପାଟନା ଆଣି ଚିକିତ୍ସା କରାଇବା ପାଇଁ ଡାକ୍ତର କହିଥିଲେ। ସୋମବାର ସନ୍ଧ୍ୟାରେ ବାପାଙ୍କୁ ଏମ୍ସରେ ଭର୍ତ୍ତି କରାଇବା ପାଇଁ ପହଞ୍ଚିଥିଲେ ମଧ୍ୟ ଶଯ୍ୟା ଖାଲି ନଥିବା କହି ସେମାନେ ଭର୍ତ୍ତି କରାଇବା ପାଇଁ ମନା କରିଦେଇଥିଲେ। ଏହା ପରେ ମୁଁ ବାପାଙ୍କୁ ଏକ ନର୍ସିଂ ହୋମକୁ ନେଇ ସେଠାରେ ଭର୍ତ୍ତି କରାଇଥିଲି। ମଙ୍ଗଳବାର ସକାଳ ୧୦ଟାରେ ବାପାଙ୍କୁ ନାଲନ୍ଦା ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେମାନେ ଭର୍ତ୍ତି କରାଇ ମଧ୍ୟ ଚିକିତ୍ସା କରିନଥିଲେ। କାରଣ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଆସିବାର ଥିବାରୁ ଡାକ୍ତରଖାନାର ଡାକ୍ତରମା‌ନେ ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲେ ବୋଲି ଅଭିଯୋଗ କରିଛନ୍ତି ଅଭିମନ୍ୟୁ।

ସମ୍ବନ୍ଧିତ ଖବର