ଶେଷରେ ଧୋନି ନଜର ଆସିଲେ ପଡ଼ିଆ ଉପରେ: କିନ୍ତୁ, ୨୨ ଗଜର କ୍ରିକେଟ କ୍ରିଜ୍‌ ନୁହେଁ, ୨୨ ଏକରର ଚାଷ ଜମି ଉପରେ; ଆରମ୍ଭ କଲେ ଜୈବ ଚାଷ

ରାଞ୍ଚି: କ୍ୟାପଟେନ୍‌ କୁଲ୍‌ ଭାବେ ପରିଚିତ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରାୟ ଏକ ବର୍ଷ ଧରି ନିଜକୁ କ୍ରିକେଟ ଠାରୁ ଦୂରେଇ ନେଇଛନ୍ତି। ଶେଷଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଟିମ୍‌ ଇଣ୍ଡିଆ ତରଫରୁ ଖେଳିବା ପରେ ତାଙ୍କୁ ଆଉ ତାଙ୍କର ଅତି ପ୍ରିୟ ୨୨ଗଜର କ୍ରିକେଟ୍‌ କ୍ରିଜ୍‌ ଭିତରେ ଦେଖିବାର ସୁଯୋଗ ପାଇ ନାହାନ୍ତି ତାଙ୍କ ପ୍ରଶଂସକମାନେ। ତଥାପି, ମହେନ୍ଦ୍ର ସିଂହ ଧୋନି ବା ଏମ୍‌ଏସ୍‌ ଧୋନି ଏଯାବତ୍‌ ସଂଖ୍ୟାଧିକ ଭାରତୀୟଙ୍କର ପ୍ରିୟ ହୋଇ ରହିଛନ୍ତି।

ଏ ପରିପ୍ରେକ୍ଷୀରେ ଟିମ୍‌ ଇଣ୍ଡିଆର ଅନ୍ୟତମ ସଫଳ ୱିକେଟ୍‌ କିପର-ବ୍ୟାଟ୍‌ସମ୍ୟାନ ଭାବେ ବିବେଚିତ ଧୋନିଙ୍କୁ କ୍ରିକେଟ ମଇଦାନ୍‌ରେ ଆଉ ଦେଖିବାକୁ ମିଳିବ ନା ନାହିଁ ସେଥିନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି। କୁହାଯାଉଥିଲା ଯେ ଧୋନି ଟିମ୍‌ ଇଣ୍ଡିଆ ପାଇଁ ନ ଖେଳିଲେ ମଧ୍ୟ ୨୦୨୦ର ଆଇପିଏଲ୍‌ର ପ୍ରତିଯୋଗିତାମୂଳକ କ୍ରିକେଟ୍‌ ଖେଳିବେ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ଭାବେ ପଡ଼ିଆ ଉପରେ ତାଙ୍କୁ ତାଙ୍କର ପ୍ରଶଂସକମାନେ ଦେଖିବାର ସୁଯୋଗ ପାଇବେ।

 

View this post on Instagram

 

Exclusive Video Of Mahi Bhaiya Enjoying Doing Organic Farming !! ❤

A post shared by MS Dhoni Fans Club (@dhoni.bhakt) on

ତେବେ, ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆଇପିଏଲକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଦୁଇ ଦୁଇଥର ସ୍ଥଗିତ ହୋଇଯିବା ପରେ ଚଳିତ ବର୍ଷ ଆଇପିଏଲ୍‌ ଆୟୋଜିତ ହେବ ନା ନାହିଁ ସେଥିନେଇ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏପରିପ୍ରେକ୍ଷୀରେ ଏମ୍‌ଏସ୍‌ ଧୋନି କରିବେ କ’ଣ? କ’ଣ ପଡ଼ିଆକୁ ଓହ୍ଲାଇବା ପାଇଁ କ୍ରିକେଟକୁ ଅପେକ୍ଷା କରିବେ ନା କ୍ରିକେଟରୁ ନିଜର ଅବସର ଘୋଷଣା କରି ଆଉ କିଛି ନୂଆ କରିବେ? ଏଇ ପ୍ରଶ୍ନ ଏବେ ଆନ୍ଦୋଳିତ କରୁଛି ତାଙ୍କ ପ୍ରଶଂସକମାନଙ୍କୁ।

ତେବେ, ଏପ୍ରକାର ପରିସ୍ଥିତରେ ଏମ୍‌ଏସ୍‌ ଧୋନି ନଜର ଆସିଛନ୍ତି ଏକ ନୂଆ ଭୂମିକାରେ। ନିଜର ଅତି ପ୍ରିୟ ୨୨ଗଜର ପଡ଼ିଆକୁ ଛାଡ଼ି ଧୋନିଙ୍କୁ ଦେଖିବା ପାଇଁ ତାଙ୍କର ୨୨ ଏକରର ଚାଷଜମି ଉପରେ। ନିଜର ରାଞ୍ଚି ସ୍ଥିିତ ଫାର୍ମ ହାଉସ୍‌ ଜମିରେ ଧୋନି ଟ୍ରକ୍ଟର ଚଳାଇ ଜୈବ ଚାଷ କରୁଥିବା ଦେଖିବାକୁ ମିଳିଛି। ଆଉ ନୂଆ ଅବତାରରେ ଧୋନିଙ୍କ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଯିବା ପରେ ତାଙ୍କ ପ୍ରଶଂସକମାନେ ଏହାକୁ ଖୁବ୍‌ ପସନ୍ଦ କରିବା ସହ ସେୟାର କରିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର