ଲଣ୍ଡନ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ପୁଣିଥରେ ସାମ୍ବାଦିକତା କ୍ୟାରିୟରକୁ ଫେରିଛନ୍ତି। ଡେଲି ମେଲ୍‌ ଖବରକାଗଜରେ ‌ବୋରିସ ଜନସନ ନୂଆ ସ୍ତମ୍ଭକାର ହୋଇଛନ୍ତି। ପ୍ରତି ଶନିବାର ଦିନ ଜନସନ୍‌ ଡେଲିମେଲ୍‌ରେ ଏକ ସ୍ତମ୍ଭ ଲେଖିବେ। ପାର୍ଟିଗେଟ୍‌ ରିପୋର୍ଟକୁ ନେଇ ଜନସନ୍‌ ସାଂସଦ ଭାବେ ଇସ୍ତଫା ଦେବାପରେ ତାଙ୍କର ପୁରୁଣା ବୃତ୍ତିକୁ ଫେରିଛନ୍ତି।

Advertisment

ସ୍ତମ୍ଭକାର ଭାବେ ଫେରିବା ପରେ ଜନସନ୍‌ ବ୍ରିଟେନ୍‌ ସରକାର ଏବଂ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସଂକ୍ରାନ୍ତରେ ତାଙ୍କ ମତକୁ ଖବରକାଗଜରେ ପ୍ରକାଶ କରିପାରିବେ। ଜନସନ୍‌ ସାମ୍ବାଦିକତାରୁ ହିଁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ଟାଇମ୍ସ ନ୍ୟୁଜପେପର୍‌ ଏବଂ ଡେଲି ଟେଲିଗ୍ରାଫ୍‌ ପାଇଁ କାମ କରିଛନ୍ତି।