ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।

ପ୍ରଥମେ ଅକାଳି ଦଳର ଜଣେ ସଦସ୍ୟଭାବେ ସେ ନିର୍ବାଚନ ଲଢ଼ିବା ପରେ ୧୯୬୦ ଦଶକରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୨ରେ ରାଜସ୍ଥାନର ସାଧନା ନିର୍ବାଚନ ମଣ୍ଡଳୀରୁ ସିଂହ ପ୍ରଥମେ ଭାରତୀୟ ସଂସଦର ତୃତୀୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ସମେତ ସେ ବିଭିନ୍ନ ସମୟରେ ଅନେକ ପଦପଦବୀରେ ଅବସ୍ଥାନ କରିଥିଲେ। ୨୦୦୭ରୁ ୨୦୧୦ଯାଏଁ ସେ ‘ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ସିଡ୍ୟୁଲ୍‌ଡ୍‌ କାଷ୍ଟ୍‍’ର ସଭାପତି ଥିଲେ।

ଜବାହରଲାଲ୍‌ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରୁ ସେ କଂଗ୍ରେସ ପାର୍ଟି ସହ ସମ୍ପୃକ୍ତ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ସେ ନିକଟତମ ବ୍ୟକ୍ତି ଥିଲେ ବୋଲି ବିବେଚନା କରାଯାଏ।

Image Courtesy of The Tribune India

ସେ ମଧ୍ୟ ପଞ୍ଜାବୀ ସାହିତ୍ୟ ଓ ଶିଖ୍‌ ଇତିହାସର କେତେକ ଲେଖାର ସଙ୍କଳନ କରିଛନ୍ତି। ଏହାଛଡ଼ା ‘ପଞ୍ଜାବୀ ସ୍ପିକିଙ୍ଗ୍‌ ଷ୍ଟେଟ୍‌’ ନାମକ ଏକ ସମୀକ୍ଷାଭିତ୍ତିକ ପୁସ୍ତକ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର