ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସହ‌ଯୋଗ କରିବାପାଇଁ ସେନା ମୁତୟନ କରିବାକୁ ଦାବି କରି ଯଶୱନ୍ତ ରାଜଘାଟରେ ଧାରଣାରେ ବସିଥିଲେ। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ସିହ୍ନା ଧାରଣାରେ ବସିଥିବାରୁ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଏହି ପୂର୍ବତନ ବିଜେପି ନେତା ନିଜେ ତାଙ୍କ ଗିରଫ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ସରକାରଙ୍କ କଡ଼ା ସମାଲୋଚକ ଯଶୱନ୍ତ ସିହ୍ନା କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କରେ ପ୍ରାଶାସନିକ ଅଧିକାରୀମାନେ ପ୍ରବାସୀଙ୍କ ପ୍ରସଙ୍ଗରେ ବିଫଳ ହୋଇଛନ୍ତି। ଅନେକ ପ୍ରବାସୀ ଶ୍ରମିକ ଘରକୁ ଚାଲି ଚାଲି ଫେରିବା ପାଇଁ ବାଧ୍ୟ ‌ହେଉଛନ୍ତି ଏବଂ ଏଥିପାଇଁ ଅନେକଙ୍କର ରାସ୍ତାରେ ମୃତ୍ୟୁ ହୋଇଯାଉଛି। ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସହ‌ଯୋଗ କରିବାପାଇଁ ସେନା ମୁତୟନ କରାଯାଉ ବୋଲି ସିହ୍ନା ଦାବି କରିଛନ୍ତି। ସିହ୍ନା କହିଛନ୍ତି ତାଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେ ଧାରଣା ଜାରି ରଖି‌‌ବେ। ଯଶୱନ୍ତଙ୍କ ସହ ଧାରଣାରେ ସାମିଲ ହୋଇଥିବା ‘ଆପ୍‌’ ସାଂସଦ ସଂଜୟ ସିଂହଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର