ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟା ତୁଳସୀ ଗାବାର୍ଡଙ୍କ ନିନ୍ଦା

ନ୍ୟୁୟର୍କ : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟା ତୁଳସୀ ଗାବାର୍ଡ । ବାଂଲାଦେଶ ସରକାର ତୁରନ୍ତ ଜିହାଦୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି ।

ଟୁଇଟ କରି ସେ କହିଛନ୍ତି ଯେ ବାଂଲାଦେଶର ସରକାର ଜିହାଦୀମାନଙ୍କ ଦାଉରୁ ସଂଖ୍ୟାଲଘୁ ସଂପ୍ରଦାୟର ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧମାନଙ୍କୁ ରକ୍ଷା କରନ୍ତୁ ।

 

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଜିହାଦୀମାନେ ଭାବୁଛନ୍ତି ଯେ ସେମାନେ ମନ୍ଦିର, ଭକ୍ତିବେଦାନ୍ତ ସ୍ବାମୀଙ୍କ ପରି ସାଧୁଙ୍କ ମୂର୍ତ୍ତି ଭାଙ୍ଗି ଇଶ୍ବରଙ୍କୁ ଖୁସି କରୁଛନ୍ତି ବୋଲି, କିନ୍ତୁ ସେମାନେ ପ୍ରକୃତରେ ଇଶ୍ବରଙ୍କଠାରୁ ଦୂରେଇ ଯାଉଛନ୍ତି । ପ୍ରେମ ହିଁ ଭଗବାନ । ଭଗବାନଙ୍କ ପ୍ରକୃତ ସେବକମାନେ ପ୍ରେମର ପ୍ରଚାର କରନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମହାଷ୍ଟମୀ ଦିନ ବାଂଲାଦେଶରେ ଏକ ଫେସବୁକ ପୋଷ୍ଟକୁ ନେଇ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେବା ସହ ପୂଜା ପେଣ୍ଡାଲ, ଇସ୍କନ ମନ୍ଦିର ଆଦିକୁ ଭାଙ୍ଗିବା ସହ କେତେକ ଭକ୍ତଙ୍କୁ ହତ୍ୟା କରିଥିଲେ । ଏହାକୁ ନେଇ ସାରା ବିଶ୍ବରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର