ରକ୍ତ ସଂକ୍ରମଣ ସନ୍ଦେହରେ କାଲିଫର୍ଣ୍ଣିଆ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିନ୍‌ଟନ୍‌

ଓ୍ଵାସିଂଟନ୍‌: ରକ୍ତ ସଂକ୍ରମଣ ହୋଇଥିବା ସନ୍ଦେହରେ ମଙ୍ଗଳବାର ଦିନ କାଲିଫର୍ଣ୍ଣିଆରେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିନ୍‌ଟନ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ‘ସିଏନ୍‌ଏନ୍‌’ ଗୁରୁବାର ଦିନ ରିପୋର୍ଟ କରିଛି।

‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, କେବଳ ଗୋପନୀୟତା ବା ନିରୋଳା ପାଇଁ ୭୫ ବର୍ଷିୟ କ୍ଲିନ୍‌ଟନ୍‌ଙ୍କୁ ‘ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌’ରେ ରଖାଯାଇଛି। ତାଙ୍କଠାରେ ଶ୍ୱାସପ୍ରଶ୍ୱାସ ସହାୟକ ମେସିନ୍‌ ଲଗା ଯାଇ ନ ଥିବା କଥା କାଲିଫର୍ଣ୍ଣିଆର ‘ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ ଆଇରଭାଇନ୍‌ ମେଡିକାଲ୍‌ ସେଣ୍ଟର୍‌’ରେ ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ କହିଛନ୍ତି।

ପୂର୍ବରୁ ତାଙ୍କର ଥିବା ହୃତ୍‌ପିଣ୍ଡ ସମସ୍ୟା କିଂବା କୋଭିଡ୍‌-୧୯ଜନିତ ସଂକ୍ରମଣ ହେତୁ ସେ ଅସୁସ୍ଥ ହୋଇ ନାହାନ୍ତି ବୋଲି ‘ସିଏନ୍‌ଏନ୍‌’ କହିଛି।

Image Courtesy of India Today

ଟୁଇଟ୍‌ କରି କ୍ଲିନ୍‌ଟନ୍‌ଙ୍କ ମୁଖପାତ୍ର ଆଞ୍ଜେଲ୍‌ ୟୁରିନା କହିଛନ୍ତି, ସେ ସୁସ୍ଥ ହୋଇ ଆସୁଛନ୍ତି, ତାଙ୍କ ମିଜାଜ୍‌ ଭଲ ଅଛି, ତାଙ୍କର ଚମତ୍କାର ସେବା କରୁଥିବା ଡାକ୍ତର, ନର୍ସ ଏବଂ କର୍ମଚାରୀମାନଙ୍କ ନିକଟରେ ଆମେ କୃତଜ୍ଞ।

କ୍ଲିନ୍‌ଟନ୍‌ଙ୍କ ଚିକିତ୍ସକ ଡାକ୍ତର ଅଲ୍‌ପେସ୍‌ ଅମିନ୍‌ ଏବଂ ଡାକ୍ତର ଲିଜା ବାର୍ଡାକ୍‌ ବିବୃତି ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ‘ଚତୁର୍ଥ ଆଣ୍ଟିବାୟୋଟିକ୍‌ସ୍‌’ ଏବଂ ‘ଫ୍ଲୁଇଡ୍‌’ ଦିଆଯାଇଛି।

ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରଖିବା ପାଇଁ ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି। ଦୁଇ ଦିନର ଚିକିତ୍ସା ପରେ ତାଙ୍କର ଶ୍ୱେତରକ୍ତ କଣିକା ସଂଖ୍ୟା ହ୍ରାସ ପାଇଛି ଏବଂ ତାଙ୍କୁ ଦିଆଯାଇଥିବା ଆଣ୍ଟିବାୟୋଟିକ୍ସ୍‍ ଭଲ କାମ କରୁଛି।

ସେ ଖୁବ୍‌ ଶୀଘ୍ର ଘରକୁ ଫେରିବେ ବୋଲି ଆମର ଆଶା।

ସମ୍ବନ୍ଧିତ ଖବର