ବିବିଏମ୍‌କେୟୁର ପ୍ରତିଷ୍ଠା ଦିବସ: ୨୦ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଗ୍ରହଣ କରିବ ସବୁ ପିଜି ବିଭାଗ

ଧାନବାଦ: ଝାଡ଼ଖଣ୍ଡ, ଧାନବାଦସ୍ଥିତ ବିନୋଦ ବିହାରୀ ମହତୋ କୋଇଲାଞ୍ଚଳ ବିଶ୍ବବିଦ୍ୟାଳୟ (ବିବିଏମ୍‌କେୟୁ)ର ଷଷ୍ଠ ପ୍ରତିଷ୍ଠା ଦିବସ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର୍‌ ଶୁକ‌ଦେବ ଭୋଇ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ବବିଦ୍ୟାଳୟର ଅସଲ ପରିଚୟ ତା’ର ବଡ଼ ବଡ଼ କୋଠାରେ ନଥାଏ, ବରଂ ଭଲ ଶିକ୍ଷକ ଓ ମେଧାବୀ ଛାତ୍ରଛାତ୍ରୀ ତା’ର ଗୌରବ ବୃଦ୍ଧି କରିଥା’ନ୍ତି। ବିଶ୍ବବିଦ୍ୟାଳୟକୁ ନାକ୍‌ ଏ(+) ମାନ୍ୟତା ପ୍ରଦାନ କରାଇବା ତାଙ୍କର ଲକ୍ଷ୍ୟ।

ଏହି ଅବସରରେ ସେ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଉପଦେଶ ଦେଇ କହିଲେ ଯେ ବିଶ୍ବବିଦ୍ୟାଳୟରେ ଥିବା ପ୍ରତିଟି ପିଜି ବିଭାଗ ୨୦ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଗ୍ରହଣ କରି ପାଠପଢ଼ା ସହ ସେମାନଙ୍କର ସର୍ବାଙ୍ଗିନ ଉନ୍ନତି ଦିଗରେ ଧ୍ୟାନ ଦେଉ। ଏହାଦ୍ବାରା ଉକ୍ତ ଛାତ୍ରଛାତ୍ରୀଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିପାରିବ ଓ ଭବିଷ୍ୟତରେ ସେମାନେ ଜଣେ ଜଣେ ସୁ-ନାଗରିକ ହୋଇ ବାହାରିବେ। ସୂଚନାଯୋଗ୍ୟ, କୁଳପତି ପ୍ରଫେସର୍‌ ଭୋଇଙ୍କ ଘର ଓଡ଼ିଶାରେ। ଗରିବ ଛାତ୍ରଛାତ୍ରୀଙ୍କ ଉତ୍ଥାନ ନିମନ୍ତେ ତାଙ୍କର ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର