ଚାକିରି ପାଇଁ ରାଜସ୍ଥାନ ଯାଇଥିବା ଦିଲ୍ଲୀ ଯୁବତୀଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ଜୟପୁର : ଦିଲ୍ଲୀର ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଚାକିରି କରାଇ ଦେବା ବାହାନାରେ ରାଜସ୍ଥାନକୁ ଡାକିନେଇ ଚାରି ଜଣ ଯୁବକ ବର୍ବର କାଣ୍ଡ ଘଟାଇଛନ୍ତି। ସେମାନେ ରୁରୁ ରେଲୱେ ଷ୍ଟେସନ ନିକଟରେ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ହୋଟେଲ ରୁମ୍‌ ଝରକା ଦେଇ ବାହାରକୁ ଫୋପାଡ଼ି ଦେଇଛନ୍ତି। ଶୁକ୍ରବାର ଏହି ଘଟଣା ଘଟିଛି ବୋଲି ଚୁରୁ ଡିଏସ୍‌ପି ମମତା ସାରସ୍ବତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସମସ୍ତେ ଗିରଫ ହୋଇଛନ୍ତି।

ଅଭିଯୁକ୍ତମାନେ ଯୁବତୀଙ୍କ ଗୋଡ଼ହାତ ଏକ ଦଉଡ଼ିରେ ବାନ୍ଧି ଝରକା ଦେଇ ତଳକୁ ଫୋପାଡ଼ି ଦେଇଥିଲେ। ତେବେ ଦଉଡ଼ିଟି ଏକ ଖୁଣ୍ଟରେ ଲାଖିଯିବାରୁ ଯୁବତୀଙ୍କ ଜୀବନ ରକ୍ଷା ପାଇଯାଇଛି । ଆହତ ଅବସ୍ଥାରେ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିବା ପରେ ତୁରନ୍ତ ଚିକିତ୍ସା ବନ୍ଦୋବସ୍ତ କରାଯାଇଥିଲା ଏବଂ ତାଙ୍କ ବୟାନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ ‌କରାଯାଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଏବେ ଜେରା ଚଳାଇଛି ବୋଲି ଡିଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର