ନକଲି ଟିକାକରଣ ମାମଲାରେ ୪ ଗିରଫ

ମୁମ୍ବାଇ : ମୁମ୍ବାଇରେ ଏକ ହାଉସିଂ ସୋସାଇଟିରେ ଚାଲିଥିବା ‘ନକଲି ଟିକାକରଣ ଶିବିର’ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ହାଉସିଂ ସୋସାଇଟିରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବଡ଼ ଧରଣର ଜାଲିଆତି ହୋଇଛି। ମୁମ୍ବାଇର କାନ୍ଦିଭଲି ସ୍ଥିତ ହିରାନନ୍ଦନୀ ହେରିଟେଜ୍‌ ସୋସାଇଟିରେ ଗତ ୩୦ରେ ଟିକାକରଣ ଶିବିର ହୋଇଥିଲା। ତେବେ ଟିକା ନେବାପରେ ଏହି ହାଉସିଂ ସୋ‌ସାଇଟିର ବାସିନ୍ଦାମାନେ କୋୱିନ୍‌ ପୋର୍ଟାଲ୍‌ରେ କୌଣସି ରେକର୍ଡ ପାଇଲେନି। ସେମାନଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲ୍‌ ନାମରେ ସାର୍ଟିଫିକେଟ୍‌ ମିଳିଲା। ଉକ୍ତ ଘଟଣାରେ ମୁମ୍ବାଇ ପୁଲିସରେ ଅଭିଯୋଗ କରିବାପରେ ପୁଲିସ ଏହାର ଖୋଳତାଡ଼ କରିଛି। ଗଣମାଧ୍ୟମରେ ବିବୃତି ରଖି ମୁମ୍ବାଇ ପୁଲିସର ଏପିସି (ଉତ୍ତର) ଦିଲିପ ସାୱନ୍ତ କହିଛନ୍ତି, ଗତ ମେ’ ୩୦ରେ ଉକ୍ତ ମୁମ୍ବାଇ ସୋ‌ସାଇଟିରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ପାଇଁ ବିଏମ୍‌ସିଠାରୁ ମଧ୍ୟ ଅନୁମତି ନିଆଯାଇନି। ନକଲି ସାର୍ଟିଫିକେଟ୍‌ ସୃଷ୍ଟି କରିବାପାଇଁ ପ୍ରାଇଭେଟ୍‌ ହସ୍ପିଟାଲ୍‌ର କୋୱିନ୍‌ ଆଇଡି ସବୁ ଚୋରି କରାଯାଇଛି।

ସମ୍ବନ୍ଧିତ ଖବର