କର୍ଣ୍ଣାଟକ: ୪ ଶିଶୁ ସମେତ ୬ ଜିଅନ୍ତା ଜଳିଗଲେ

ମହୀଶୁର : କର୍ଣ୍ଣାଟ‌କରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରରେ ୬ ଜଣ ଶୋଇଥିବା ବେଳେ ଜିଅନ୍ତା ଜଳି ଯାଇଛନ୍ତି। କୋଡ଼ାଗୁର ବିରଜପେଟ୍‌ ତଲୁକ ଅଧୀନସ୍ଥ ମୁଗୁଟାଗେରେ ଗ୍ରାମରେ ଗୋଟିଏ ପରିବାରର ୬ ଜଣ ରାତିରେ ଶୋଇଥିବାବେଳେ ଗ୍ରାମର ଜଣେ ବ୍ୟକ୍ତି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କର ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଥିବା କୋଡ଼ାଗୁ ଏସ୍‌ପି କହିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଅନୁଯାୟୀ ଇ ଭୋଜ ନାମକ ଜଣେ ବ୍ୟକ୍ତି କୌଣସି ପାରିବାରିକ କଳହ ପାଇଁ ଏଭଳି କାଣ୍ଡ କରିଛି।

ସମ୍ବନ୍ଧିତ ଖବର