ଥାଇଲାଣ୍ଡ ଗୁମ୍ଫାରୁ ମୁକୁଳିଲେ ୪ ଜଣ ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଥାଇଲାଣ୍ଡର ଗୁମ୍ଫାରୁ ୪ ଜଣ ଶିଶୁ ମୁକୁଳିଛନ୍ତି। ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଗୁମ୍ଫାରେ ଫସି ରହିବା ପରେ ଉଦ୍ଧାରକାରୀମାନେ ପ୍ରଥମ ପର୍ଯ୍ୟାୟରେ ୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରାଯିବା ପାଇଁ ଅପରେସନ ଜାରି ରହିଛି। ଗୁମ୍ଫାରେ ଫସିଥିବା ୧୨ ଜଣ ଶିଶୁ ଓ ସେମାନଙ୍କର କୋଚକୁ ଉଦ୍ଧାର କରିବା ପାଇଁ ରବିବାର ସବୁଠାରୁ ବଡ଼ ଅପରେସନ ଆରମ୍ଭ କରାଯାଇଛି। ୧୩ ଇଣ୍ଟରନ୍ୟାସନାଲ ଓ ୫ ଥାଇ ନେଭି ସିଲ ଟିମ୍‌ ଗୁମ୍ଫାକୁ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ୮ଟି ଦେଶର ଉଦ୍ଧାରକାରୀ ଟିମ୍‌ ଲାଗିଛନ୍ତି। ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆ ଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି।

ଗଣମାଧ୍ୟମ ରିପୋର୍ଟ ମୁତାବିକ, ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ୪ଟି ଗ୍ରୁପ ଲାଗି ପଡ଼ିଛନ୍ତି। ପ୍ରଥମ ଗ୍ରୁପରେ ୪ଜଣ ଶିଶୁ ଥିବା ବେଳେ ଅନ୍ୟ ଗ୍ରୁପ ଗୁଡ଼ିକରେ ୩-୩ ଶିଶୁ ଅଛନ୍ତି। ସେହିପରି ଶେଷ ଗ୍ରୁପରେ କୋଚଙ୍କୁ ରଖାଯାଇଛି। ଜଣେ ଶୁଶୁ ୨ଜଣ ଉଦ୍ଧାରକାରୀଙ୍କ ସହିତ ବାହାରିବେ।

-ଚିୟାଁଗ ରୟ ଗୁମ୍ଫାରେ ଆହୁରି ୮ ଜଣ ଶିଶୁ ଓ କୋଚ ଫସି ରହିଛନ୍ତି। ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।
-ଆସୋସିଏଟ ପ୍ରେସର ରିପୋର୍ଟ ଅନୁସାରେ ୨ରୁ ୩ ଦିନ ମଧ୍ୟରେ ସମସ୍ତ ଶିଶୁ ଓ କୋଚ ଉଦ୍ଧାର ହେବେ।
-ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ୧୮ଜଣ ଡ୍ରାଇଭର ଗୁମ୍ଫା ଭିତରେ ଅଛନ୍ତି। ସେମାନେ ଶେଷ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
-ଦ ଗାର୍ଡିଏନ ରିପୋର୍ଟରେ କହିଛି, ଉଦ୍ଧାର ପରେ ସମସ୍ତ ଶିଶୁଙ୍କୁ ୫୭ କିଲୋମିଟର ଦୂରରେ ଥିବା ହସ୍ପିଟାଲକୁ ନିଆଯିବ।
-ରାୟଟର କହିଛି, ମେଡିକାଲ ୟୁନିଟ, ଆମ୍ବୁଲାନ୍ସ ଓ ହେଲିକପ୍ଟର ଗୁମ୍ଫା ବାହାରେ ଉପସ୍ଥିତ ଅଛି।
-ଅଷ୍ଟ୍ରେଲିଆର ମିଲିଟାରି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

 

ସମ୍ବନ୍ଧିତ ଖବର