ଦିଲ୍ଳୀ: କାରଖାନାରେ ଲାଗି ଗଲା ନିଆଁ; ୪ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଏକ କାରଖାନାରେ ନିଆଁ ଲାଗି ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌କୁ ନିଆଯାଇଛି ବୋଲି ଜାଣିବାକୁ ମିଳିଛି। ଏଏନ୍‌ଆଇ ପକ୍ଷରୁ କରାଯାଇଥିବା ଏକ ଟୁଇଟ୍‌ ଅନୁସାରେ, ଦିଲ୍ଲୀର କାରୋଲବାଗ ଅଞ୍ଚଳରେ ଥିବା ଏକ କାରଖାନାରେ ନିଆଁ ଲାଗି ଯାଇ ଏପରି ଅଭାବନୀୟ ଘଟଣା ଘଟିଛି। ଖବର ପାଇଁ ନିଆଁ ଲିଭାଳିମାନେ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ତେବେ, ନିଆଁ କିପରି ଲାଗିଲା ଏ ସଂପର୍କରେ ଅଧିକ ସୂଚନା ଏଯାବତ୍‌ ହସ୍ତଗତ ହୋଇନାହିଁ।

ଏପରି ଘଟଣା ଏହି କିଛି ଦିନ ଭିତରେ ତିନି ଥର ଘଟି ସାରିଲାଣି। ଗତ ସପ୍ତାହର ଦିଲ୍ଲୀର ଭଓ୍ଵାନା ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ ଏକ ପ୍ଲାଷ୍ଟିକ୍‌ କାରଖାନାରେ ନିଆଁ ଲାଗି ଯାଇଥିଲା। ସେହିପରି ବାବା ଖରଗସିଂହ ମାର୍ଗଠାରେ ଥିବା ଏକ ରେଷ୍ଟୁରାଣ୍ଟ୍‌ରେ ମଧ୍ୟ ଗତ କିଛି ଦିନ ତଳେ ଅଗ୍ନି କାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର