ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା, ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଶୁକ୍ରବାର ଦିନ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ‌ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ୨ ଜଣ ମହିଳା ଫତିମା ଏବଂ ଶେହନାଜଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ ପଠାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। କିନ୍ତୁ ଶେହନାଜଙ୍କ ଝିଅ ଏବଂ ଅନ୍ୟ ୩ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି। ଶେହନାଜଙ୍କ ୯ବର୍ଷର ଝିଅ ଆଫ୍ରିନ୍‌ ଏବଂ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟ ମୃତକମାନେ ହେଲେ ରୁକେୟା ଖାତୁନ, ଶେହଜାଦ ଏବଂ ଡାନିସ। ଅଗ୍ନିଶମ ବିଭାଗର ଅଧିକାରୀମାନେ କହିଛନ୍ତି, ଅପରାହ୍ନ ୨.୪୫ରେ ସେମାନଙ୍କ ନିକଟରେ ଘର ଭୁଶୁଡ଼ିବା ଖବର ପହଞ୍ଚିଥିଲା। ସଙ୍ଗେସଙ୍ଗେ ୪ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ପାଇଁ ଗୋଟିଏ ଜେସିବି ମେସିନ୍‌ ଏବଂ ୨ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଆହୁରି ୨ ଜଣ ଲୋକ ମଧ୍ୟ ଭଗ୍ନାବଶେଷ ତଳେ ଫସିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର