ନାଗପୁର କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ

ନାଗପୁର : ମହାରାଷ୍ଟ୍ର ନାଗପୁରରେ ଆଜି ରାତିରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଉ ୨ଜଣ କୋଭିଡ଼ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ୨୭ ଜଣ ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି କୋଭିଡ଼ ହସ୍ପିଟାଲର ଆସିୟୁରେ ସଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲରେ ୧୫ ଜଣ ଆସିୟୁରେ ଥିଲେ। ସେକେଣ୍ଡ ଫ୍ଲୋର୍‌ରେ ଥିବା ହସ୍ପିଟାଲ ଆସିୟୁ ସଂପୂର୍ଣ୍ଣ ଜଳିଯାଇଛି। ଅଗ୍ନିଶମ ବିଭାଗର ୫ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଛନ୍ତି। ପ୍ରାଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏହି ଅଗ୍ନିକାଣ୍ଡ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର