ବିହାର: କାନ୍ଥ ଭୁଶୁଡ଼ି ୪ ମୃତ, ୪ ଆହତ

ପାଟନା: ବିହାରର ଜହାନାବାଦର ପଚମହଲା ମୁଖ୍ୟ ସଡ଼କ ପାର୍ଶ୍ୱରେ ମଧ୍ୟ ଗ୍ରାମାଂଚଳ ବ୍ୟାଙ୍କ ନିକଟରେ ବୁଧବାର ଏକ ପୁରୁଣା ଘରର କାନ୍ଥ ଭୁଶୁଡ଼ିବାରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସୂଚନା ପାଇଁ ପୁଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚିଛି। ପୁଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

ଜହାନାବାଦରେ ହୋଇଥିବା ଘଟଣାରେ ଏକ ପୁରୁଣା ଘରର କାନ୍ଥ ଭୁଶୁଡ଼ିଥିଲା। ଏଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ୪ ଜଣ ଲୋକ ଆହତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପାଟଣାସ୍ଥିତ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୁରୁଣା ଘରର ମରାମତି କାମ ଚାଲିଥିବା ବେଳେ ଆଜି କାନ୍ଥ ଭୁଶୁଡ଼ି ପଡ଼ିଥିଲା।

ସମ୍ବନ୍ଧିତ ଖବର