କର୍ଣ୍ଣାଟକର ଚାରି ଜିଲ୍ଲାରେ ଆରୋଗ୍ୟ ହାର ୯୯%

ବେଙ୍ଗାଲୁରୁ: କର୍ଣ୍ଣାଟକର ବାଗଲକୋଟ, ଚିତ୍ରଦୁର୍ଗା, ରାଇଚୁର ଏବଂ ୟାଦଗିର ଜିଲ୍ଲାରେ କରୋନାରୁ ଆରୋଗ୍ୟ ହାର ୯୯%ରେ ପହଞ୍ଚିଛି। ସେପ୍ଟେମ୍ବର ୨୩ ସୁଦ୍ଧା ୟାଦଗିରରେ ମାତ୍ର ଦୁଇଟି ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ଏଠାରେ ସୁସ୍ଥ ହାର ୯୯.୨୪% ରହିଛି। ସେହିପରି ରାଇଚୁରରେ ୫ଟି ମାମଲା ରିପୋର୍ଟ ହୋଇଥିବା ବେଳେ ସୁସ୍ଥ ହାର ୯୯.୧୬% ରହିଛି, ଚିତ୍ରଦୁର୍ଗାରେ ୪୧ଟି ଏବଂ ବାଗଲକୋଟରେ ୪ଟି ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ଏହାର ସୁସ୍ଥ ହାର ଯଥାକ୍ରମେ ୯୯.୩% ଏବଂ ୯୯.୯% ରହିଛି।

ସୂଚନାନୁଯାୟୀ ବାଗଲକୋଟ, ଚିତ୍ରଦୁର୍ଗା, ରାଇଚୁର ଏବଂ ୟାଦଗିରରେ ସକ୍ରିୟ ମାମଲା ଯଥାକ୍ରମେ ୧୦,୧୨୯,୭ ଓ ୩ ରହିଛି। ବିଗତ ସାତ ଦିନ ମଧ୍ୟରେ ଉକ୍ତ ଜିଲ୍ଲାଗୁଡ଼ିକ ମଧ୍ୟ ପଜିଟିଭ୍‌ ହାର କମ୍ ରହିଥିବା ସୂଚନା ମିଳିଛି। ରାଜ୍ୟର ହାରାହାରି ସଂକ୍ରମଣ ହାର ୦.୬୫% ଥିବାବେଳେ ହାଭେରୀ ଜିଲ୍ଲାରେ ସର୍ବନିମ୍ନ (୦.୦୨%) ରହିଛି। ମହାମାରୀ ଆରମ୍ଭରୁ ଏଠାରେ ୨୦୭ ଟି କୋଭିଡଜନିତ ମୃତ୍ୟୁ ଘଟିଛି। କୋଭିଡ୍‌ ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଥିବାରୁ ସବୁକିଛି ନିୟନ୍ତ୍ରଣକୁ ଆସିପାରିଛି ବୋଲି ୟାଦଗିର ଜିଳ୍ଲା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି। ଚିତ୍ରଦୁର୍ଗାରେ ମୃତ୍ୟୁହାର ୦.୫୬% ଥିବା ବେଳେ ୟାଦଗିରରେ ୦.୭୫%, ରାଇଚୁରରେ ୦.୮୩% ଏବଂ ବାଗଲକୋଟରେ ୦.୯୪% ରହିଛି।

ସମ୍ବନ୍ଧିତ ଖବର