ରୁଷ୍‌କୁ ‘ରୁବେଲ୍‌ ପେମେଣ୍ଟ୍‌’ କରିଛନ୍ତି ୟୁରୋପର ୪ଜଣ ଗ୍ୟାସ୍‌ କ୍ରେତା: ରିପୋର୍ଟ

ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଦାବି କରିବାରୁ ୟୁରୋପର ୪ଜଣ ଗ୍ୟାସ୍‌ କ୍ରେତା ରୁଷ୍‌ରୁ ଖରିଦ କରିଥିବା ଗ୍ୟାସ୍‌ ବାବଦକୁ ‘ରୁବେଲ୍‌’ (ରୁଷୀୟ ମୁଦ୍ରା) ପୈଠ କରିଥିବା କଥା ରୁଷୀୟ ଗ୍ୟାସ୍‌ କମ୍ପାନି ‘ଗାଜ୍‌ପ୍ରମ୍‌ ପିଜେଏସ୍‌ସି’ ସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି କହିଛନ୍ତି।

କିନ୍ତୁ କ୍ରେମ୍‌ଲିନ୍‌ର ଏଭଳି ସର୍ତ୍ତକୁ ଅନ୍ୟ କ୍ରେତାମାନଙ୍କ ସମେତ ପୋଲାଣ୍ଡ୍‌ ଓ ବୁଲ୍‌ଗେରିଆ ଅଗ୍ରାହ୍ୟ କରି ଦେବା ପରେ ବୁଧବାର ଦିନ ରୁଷ୍‌ ପୋଲାଣ୍ଡ୍‌ ଓ ବୁଲ୍‌ଗେରିଆକୁ ଗ୍ୟାସ୍‌ ଯୋଗାଣ ବନ୍ଦ କରିଛି। ବାକି ଥିବା ଅର୍ଥ ପୈଠ ନ ହେବା ଯାଏଁ ଯୋଗାଣ ବନ୍ଦ ରହିବ ବୋଲି ଜଣାପଡୁଛି ବୋଲି ସେ କହିଛନ୍ତି। ବାକି ପ୍ରାପ୍ୟ ପାଇବାକୁ ମେ ଦ୍ବିତୀୟାଦ୍ଧର୍ ହୋଇଯିବ ବ‌ୋଲି କୁହାଯାଉଛି।

Image Courtesy of Zoma Canadian News

‘ରୁବେଲ୍‌ ପେମେଣ୍ଟ୍‌’ ପାଇଁ ରୁଷ୍‌ର ଦାବି ପରିପ୍ରେକ୍ଷୀରେ ୧୦ଟି ୟୁରୋପୀୟ କମ୍ପାନି ‘ଗାଜ୍‌ପ୍ରମ୍‌ବ୍ୟାଙ୍କ୍‌’ ଆକାଉଣ୍ଟ୍‌ ଖୋଲି ସାରିଛନ୍ତି ବୋଲି ସ‌େ କହିଛନ୍ତି। ରୁବେଲ୍‌ ପେମେଣ୍ଟ୍‌ ହେବାଦ୍ବାରା ‘ୟୁରୋପୀୟ ସଂଘ କଟକଣା’ ଉଲ୍ଲଂଘନ ହେଉନାହିଁ ବୋଲି ‘ଗାଜ୍‌ପ୍ରମ୍‌’ କହିଛି। ୨୩ଟି ୟୁରୋପୀୟ ଦେଶକୁ ରୁଷ୍‌ ପାଇପ୍‌ଲାଇନ୍‌ ମାଧ୍ୟମରେ ଗ୍ୟାସ ଯୋଗାଇ ଦେଇଥାଏ।

ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବାରୁ ‘ୟୁରୋପୀୟ ସଂଘ’ଦ୍ବାରା ଜାରି କଟକଣା ଯୋଗୁଁ ଏପ୍ରିଲ୍‌ ୧ରୁ ମସ୍କୋ ‘ରୁବେଲ୍‌ ପେମେଣ୍ଟ୍‌’ ଆରମ୍ଭ କରିଛି। କିନ୍ତୁ, ଏଥିପାଇଁ ରୁଷ୍‌ର ରାଷ୍ଟ୍ରାୟତ ‘ଗାଜ୍‌ପ୍ରମ୍‌ବ୍ୟାଙ୍କ୍‌’ ସହ ‘ୟୁରୋ’ ଓ ‘ରୁବେଲ୍‌’ ଆକାଉଣ୍ଟ୍‌ ଖୋଲିବା ପାଇଁ କ୍ରେମ୍‌ଲିନ୍‌ ଦେଇଥିବା ପ୍ରସ୍ତାବ କଟକଣା ଉଲ୍ଲଂଘନ କରିବ ବୋଲି ‘ୟୁରୋପୀୟ ସଂଘ’ ସଦସ୍ୟ ରାଷ୍ଟ୍ରମାନଙ୍କୁ କହିଛି।

ସମ୍ବନ୍ଧିତ ଖବର