ସିଆରପିଏଫ୍‌ ପେଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କୀ ଆକ୍ରମଣ, ୨ ଯବାନ ସମେତ ୪ ଗୁରୁତର

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ତ୍ରାଲ ସେକ୍ଟରର ବାଟାଗୁଣ୍ଡ ଗାଁରେ ଆତଙ୍କବାଦୀମାନେ ସିଆରପିଏଫ୍‌ ଟିମ୍‌ ଉପରକୁ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣାରେ ୨ ଜଣ ଯବାନଙ୍କ ସହିତ ୪ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ଏହି ଅଞ୍ଚଳକୁ ଯବାନମାନେ ଘେରି ଯାଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଥିବା ବେଳେ ଉଭୟ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି।

ସିଆରପିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ପାଖାପାଖି ଦିନ ୧୨ଟାରେ ଦକ୍ଷିଣ କଶ୍ମୀରର ବାଟାଗୁଣ୍ଡ ଅଞ୍ଚଳରେ ପେଟ୍ରୋଲିଂ ଗାଡ଼ି ଯାଉଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସିଆରପିଏଫ୍‌ର ୨ଜଣ ଯବାନ ଓ ୨ଜଣ ସାଧାରଣ ନାଗରିକ ଗୁରୁତର ହୋଇଥିଲେ। ଏହି ଆକ୍ରମଣ ପରେ ପୁଲଓ୍ଵାମାରେ ଆର୍ଲଟ ଜାରି କରାଯାଇଛି।

ସୂଚନାଯୋଗ୍ୟ ଗତ ମାସରେ ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍‌ର ଏକ ପ୍ରଶିକ୍ଷଣ ଶିବିରରେ ଆତଙ୍କୀ ଆକ୍ରମଣ କରାଯାଇଥିଲା। ଏଥିରେ ସିଆରପିଏଫ୍‌ର ୫ ଯବାନ ସହିଦ ହୋଇଥିଲେ। ଅପରପକ୍ଷେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର