ଗୌହାଟି ବିସ୍ଫୋରଣ : ୪ ଆହତ, ପୁଲିସର ତଦନ୍ତ ଅାରମ୍ଭ

ଗୌହାଟି: ଶନିବାର ଦିନ ଆସାମର ଗୌହାଟି ଠାରେ ଏକ ସ୍ୱଳ୍ପ-ତୀବ୍ରତା ସମ୍ପନ୍ନ ବସ୍ଫୋରଣ ଘଟି ଅନ୍ୟୂନ ଚାରି ଜଣ ଆହତ ହୋଇଛନ୍ତି। ସହରର ମଧ୍ୟସ୍ଥଳୀ ଶୁକ୍ଳେଶ୍ୱର ଘାଟ ନିକଟରେ ଘଟିଥିବା ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି।

ପାନ ବଜାର ଅଞ୍ଚଳରେ ଗଦା ହୋଇଥିବା କୋଠବାଡ଼ି ନିର୍ମାଣ ସାମଗ୍ରୀ ନିକଟରେ ଏହି ବିସ୍ଫୋରଣ ହେବାରୁ ସେ ବାଟ ଦେଇ ଯାଉଥିବା ଉକ୍ତ ଚାରି ଜଣ ଆହତ ହୋଇଛନ୍ତି।

ସାମାନ୍ୟ ଆହତ ହୋଇଥିବା ଚାରି ଜଣଙ୍କୁ ନିକଟରେ ଥିବା ଏମ୍‌ଏମ୍‌ସି ସିଭିଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି।

ଏ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। କୌଣସି ସଙ୍ଗଠନ ଏହି ବିସ୍ଫୋରଣ ସକାଶ ନିଜକୁ ଦାୟୀ କରି ନାହାନ୍ତି।

ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍‌ ସମୟରେ ନଦୀକୂଳରେ ଏହି ବିସ୍ଫୋରଣ ଘଟିଛି। ଏହା କୌଣସି ଆତ୍ମଘାତୀ ବିସ୍ଫୋରଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ବିସ୍ଫୋରଣ ଘଟିଥିବା ସ୍ଥାନରେ ଆସାମ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି କର୍ଡନ୍‌ କରିବା ପରେ ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ଚାଲିଛି ବୋଲି ଜଏଣ୍ଟ୍‌ ସିପି ଦିଗନ୍ତ ବୋରା କହିଛନ୍ତି।

ଡିସିପି ରଞ୍ଜନ ଭୁୟାଁ କହନ୍ତି: ଘଟନାସ୍ଥଳରୁ କୌଣସି ଧାତବ ଖଣ୍ଡ ମିଳି ନ ଥିବାରୁ ଏହା ବୋମା ବୋଲି ସନ୍ଦେହ ହେଉନାହିଁ। ଗୋଡ଼ିପଥର ବାଜିବା ଯୋଗୁଁ ଲୋକେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର