ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଏନ୍‌କାଉଣ୍ଟରରେ ୪ ଜୈଶ୍‌ ଅତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମାସ୍ଥିତ ଲାସିପୋରାଠାରେ ସୁରକ୍ଷା ବଳ ଦ୍ୱାରା ହୋଇଥିବା ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ସୂଚନା ମିଳିବା ପରେ ସେନା, ପୁଲିସ୍‌ ଏବଂ ସିଆର୍‌ପିଏଫ୍‌ ମିଳିତ ଭାବେ ଏକ ସର୍ଚ ଅପରେସନ କରିଥିଲେ। ଏହି ଅପରେସନରରେ ୪ ଆତଙ୍କବାଦୀ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ଏହି ଆତଙ୍କବାଦୀମାନେ ଜୈଶ୍‌-ଇ-ମହମ୍ମଦ ସଂଗଠନର ବୋଲି ଜାଣିବାକୁ ମିଳିଛି।

ସର୍ଚ ଅପରେସନ ବେଳେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରକୁ ଗୁଳିଚାଳନା କରିଥିଲେ। ପରେ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ୪ ଆତଙ୍କବାଦୀ ଟଳି ପଡ଼ିଥିଲେ। ଏନ୍‌କାଉଣ୍ଟର୍‌ ହୋଇଥିବା ସ୍ଥାନରୁ ୩ଟି ରାଇଫଲ୍‌ ଉଦ୍ଧାର କରାଯାଇଛି।

ଏହା ବ୍ୟତୀତ ଆହୁରି ଖବର ମିଳିଛି ଯେ ସୋପୋରେ ଅଞ୍ଚଳରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ ଘଟାଇଛନ୍ତି। ସୋପୋରେଠାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର