କାଲିଫର୍ଣ୍ଣିଆ ଗୁଳିକାଣ୍ଡ: ୪ ମୃତ, ୧୨ରୁ ଅଧିକ ଆହତ

ଲସ୍‌ଏଞ୍ଜେଲେସ୍‌: ମଙ୍ଗଳବାର ଦିନ ଏକ ଜଣେ ବନ୍ଧୁକଧାରୀ ଗୁଳି ବର୍ଷଣ କରିବାରୁ ଦୁଇ ଜଣ ପିଲାଙ୍କ ସମେତ ଚାରି ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିବା ସହ ୧୨ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଗ୍ରାମୀଣ ଉତ୍ତର କାଲିଫର୍ଣ୍ଣିଆର ସ୍କୁଲ୍‌ ଏବଂ ଅନ୍ୟାନ୍ୟ ସ୍ଥାନକୁ ଲକ୍ଷ କରି ସେ ବନ୍ଧୁକଧାରୀଜଣକ ଗୁଳି ଚଳାଇଥିଲେ।

ସାମ୍ବାଦିକମାନଙ୍କୁ ଟେହାମା କାଉଣ୍ଟି ଆସିସ୍‌ଷ୍ଟାଣ୍ଟ୍‌ ଶେରିଫ୍‌ ଫିଲ୍‌ ଜନ୍‌ଷ୍ଟନ୍‌ କହିଛନ୍ତି ଯେ ଗଣ ଗୁଳିକାଣ୍ଡ ପରେ ପରେ ଆକ୍ରମଣକାରୀ ପୁଲିସର ଗୁଳିଚୋଟରେ ପ୍ରାଣ ହରାଇଛି। ଗୁଳିକାଣ୍ଡ ପୂର୍ବାହ୍ନ ପ୍ରାୟ ୮ଟାବେଳେ ରାଞ୍ଚୋ ଟେହାମା ରିଜର୍ଭସ୍ଥିତ ଏକ ସଦନରେ ଆରମ୍ଭ ହୋଇ ଏଲିମେଣ୍ଟାରି ସ୍କୁଲ୍‌ ସମେତ କମ୍ୟୁନିଟିର ଏକାଧିକା ସ୍ଥାନରେ ଚାଲିଥିଲା।

ଘରୋଇ ବିବାବ ଏବଂ ପଡ଼ୋଶୀମାନଙ୍କ ସହ ମତଭେଦ ଇତିହାସ ସହ ଏହି ଗୁଳିକାଣ୍ଡର ସମ୍ପର୍କ ରହିଥିଲେ ବି ମୃତବ୍ୟକ୍ତିଙ୍କ ମଧ୍ୟରେ କୌଣସି ପିଲା ନାହନ୍ତି ଏବଂ ଆକ୍ରମଣକାରୀଙ୍କର ଉଦ୍ଦେଶ୍ୟ ଅସ୍ପଷ୍ଟ ବୋଲି ସେ କହିଛନ୍ତି।

ସ୍କୁଲ୍‌ରେ ଗୋଟିଏ ପିଲା ଉପରେ ଗୁଳି ଚୋଟ ଲାଗିବାର ସେ ଆହତ ହୋଇଛି। ମାଆ ସହ କାର୍‌ରେ ଯାଉଥିବା ଅନ୍ୟ ଜଣେ ପିଲା ମଧ୍ୟ ଗୁଳି ଚୋଟରେ ଆହତ ହୋଇଛନ୍ତି, କିନ୍ତୁ ତାଙ୍କ ଜୀବନ ପ୍ରତି ବିପଦ୍‌ ନାହିଁ। ତାଙ୍କ ମାଆ କିନ୍ତୁ ସାଙ୍ଘାତିକ ଆହତ ହୋଇଛନ୍ତି।

ଜନ୍‌ଷ୍ଟନ୍‌ କହିଛନ୍ତି: ଜଣେ ପଡ଼ୋଶୀଙ୍କ ଗାଡ଼ି ଚୋରାଇ ନେବା ପରେ ସେ ଅଚିହ୍ନା ବନ୍ଧୁକଧାରୀଜଣକ ସ୍କୁଲ୍‌ରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା, କିନ୍ତୁ ସ୍କୁଲ୍‌ ବନ୍ଦ ଥିବାରୁ ସେ ବିଫଳ ହୋଇଥିଲେ।

ସେ କହିଛନ୍ତି, ସନ୍ଦିଗ୍ଧଜଣକ ମିଲିଟାରି-ଷ୍ଟାଇଲ୍‌ ଭେଷ୍ଟ୍‍ ପିନ୍ଧିଥିଲେ। ଗୁଳି ଚଳାଇବାକୁ ସ୍କୁଲ୍‌ ଛାଡ଼ି ଅନ୍ୟତ୍ର ଯାଉଥିବାବେଳେ ସେ ଚଳାଉଥିବା ଗାଡ଼ିଟି ଠାଏ ଧକ୍କା ଖାଇଥିଲେ। ତା’ପରେ ସେ ଆଉ ଗୋଟାଏ ଗାଡ଼ି ଚୋରାଇ ନେଇ ଯାଉଥିବାବେଳେ ପୁଲିସ ଗୁଳିରେ ନିହତ ହୋଇଥିଲେ।
ଚାରି ନିହତ ବ୍ୟକ୍ତିଙ୍କ ମଧ୍ୟରେ ଥିବା ଜଣେ ମହିଳା ପୂର୍ବରୁ ସେ ବନ୍ଧୁକଧାରୀଙ୍କ ବିରୋଧରେ ଛୁରି ଭୁଷିଥିବା ଅଭିଯୋଗ ଆଣିଥିଲେ ବୋଲି ଜନ୍‌ଷ୍ଟନ୍‌ କହିଛନ୍ତି।

ସାମ୍ବାଦିକମାନଙ୍କୁ ଜନ୍‌ଷ୍ଟନ୍‌ ଆହୁରି କହିଛନ୍ତି ଯେ ଘଟଣାସ୍ଥଳରୁ ଗୋଟିଏ ସେମିଅଟୋମେଟିକ୍‌ ରାଇଫଲ୍‌ ଏବଂ ଦୁଇଟି ହ୍ୟାଣ୍ଡଗନ୍‌ ସମେତ ସମୁଦାୟ ତିନୋଟି ଅସ୍ତ୍ର ମିଳିଛି।

ଆତତାୟୀକୁ ମୁକାବିଲା କରିବାକୁ ୧୦୦ ଲ’ ଏନ୍‌ଫୋର୍ସମେଣ୍ଟ୍‌ ଅଫିସର୍‌ ଘଟଣାସ୍ଥଳକୁ ଯାଇଥିଲେ।

ସମ୍ବନ୍ଧିତ ଖବର