ଚେନ୍ନାଇର ଚିଡିଆଖାନାରେ ୪ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ

ଚେନ୍ନାଇ: କରୋନା ଭୂତାଣୁ କେବଳ ମଣିଷମାନଙ୍କ ଶରୀରରେ ପ୍ରବେଶ କରିବା ନେଇ ଧାରଣା ଏବେ ଭୂଲ ପ୍ରମାଣିତ ହୋଇଛି । ଚେନ୍ନାଇର ଆରିଗନାର ଜୁଲୋଜୀ ପାର୍କରେ ୪ ଟି ସିଂହଙ୍କ ଠାରେ କରୋନାର ଡେଲାଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୪ ଟି ସିଂହ କୋଭିଡ ଡେଲଡା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଏହି ପ୍ରାଣୀ ଉଦ୍ୟାନରୁ ୧୧ ଟି ସିଂହର ନମୁନା କୋଭିଡ ପରୀକ୍ଷା ପାଇଁ ମେ’ ମାସରେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହ କୋଭିଡର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସିଂହ ମାନଙ୍କର ଜେନୋମ ସିକୁଏନସିଙ୍ଗ ଭୋପାଳର ଏନଆଇଏଚଏସଏଡି ଠାରେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହଙ୍କ ଶରୀରରେ କ୍ରମ ପାଙ୍ଗୋଲିନ ବଂଶଜ ବି,୧.୬୧୭.୨ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନାମକରଣ ମୁତାବକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି ।

1 dead as 9 out of 11 lions test positive for SARS-CoV-2 at Chennai Zoo
DNA India

ଅନ୍ୟପଟେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ସତର୍କ କରାଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ତାଙ୍କ କହିବା ମୁତାବକ ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଆସିପାରେ । ଏଭଳି ସ୍ଥିତିରେ ପଶୁମାନଙ୍କ ଠାରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧିତ ଖବର