ଶ୍ୱାସପ୍ରଶ୍ୱାସ ସମସ୍ୟା ଉପୁଜିବାରୁ ବିମାନରେ ୪ ମାସିଆ ଛୁଆର ମୃତ୍ୟୁ

ହାଇଦ୍ରାବାଦ: ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ଗୋଟାଏ ୪ ମାସିଆ କୋଳଛୁଆ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଯୋଗୁଁ ହାଇଦ୍ରାବାଦ ବିମାନ ବନ୍ଦରରେ ବୁଧବାର ଦିନ ପ୍ରାଣ ହରାଇଥିବା କଥା ପୁଲିସ କହିଛି।

ଗୋଟାଏ ଇଣ୍ଡିଗୋ ବିମାନରେ ଛୁଆଟି ପିତାମାତାଙ୍କ ସହ ବେଙ୍ଗାଲୁରୁରୁ ଯାଉଥିବା ବେଳେ ତା’ର ଶ୍ୱସପ୍ରଶ୍ୱାସରେ ସମସ୍ୟା ଉପୁଜିଥିଲା ବୋଲି କୁହାଯାଉଛି।

ଏୟାର୍‌ ଲାଇନ୍‌ ପକ୍ଷରୁ କୁହାଯାଇଛି କି, ବିମାନ କର୍ମଚାରୀମାନେ ୬ଇ୮୯୭ ବିମାନକୁ ହାଇଦ୍ରାବାଦକୁ ନେଇଯିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଗୋଟାଏ ଆମ୍ବୁଲାନ୍‌ସ୍‌ ଓ ଡାକ୍ତର ପାଇଁ ହାଇଦ୍ରାବାଦ ବିମାନ ବନ୍ଦରରେ ଅନୁରୋଧ କରାଯାଇଥିଲା।

ହାଇଦ୍ରାବାଦରେ ଅବତରଣ କରିବା ପରେ କୁନିପୁଅଟିକୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାକୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ ବୋଲି ପୁଲିସ କହିଛି।

ସିଆର୍‌ପିସି ସେକ୍ସନ୍‌ ୧୭୪ରେ ପୁଲିସ ଏକ ମାମଲା ରୁଜୁ କରିଛି।

ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ବିମାନଟିକୁ ହାଇଦ୍ରାବାଦକୁ ଅଣାଯାଇଥିଲା। ଡାକ୍ତରୀ କାରଣ ଯୋଗୁଁ ବାଙ୍ଗାଲୋର୍‌ରୁ ଉଡ଼ାଣ ଆରମ୍ଭ କରିଥିବା ଇଣ୍ଡିଗୋ ବିମାନ ୬ଇ ୮୯୭କୁ ହାଇଦ୍ରାବାଦ ନିଆଯାଇଥିଲା।

ବିମାନରେ କର୍ମଚାରୀଙ୍କ ସମେତ ଜଣେ ଡାକ୍ତର ଛୁଆଟିର ଦେଖାଚାହାଁ କରିଥିଲେ। ବିମାନ ଅବତରଣ କରିବା ପରେ ଜଣେ ଇଣ୍ଡିଗୋ ଷ୍ଟାଫ୍‌ ମେମ୍ବରଙ୍କ ସହ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଦୁର୍ଭାଗ୍ୟ, ପିଲାଟି ବଞ୍ଚିଲା ନାହିଁ।

ଶିଶୁଟିର ମୃତ୍ୟୁ ଯୋଗୁଁ ଏୟାର୍‌ଲାଇନ ଶୋକ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର