୪ ନେତାଙ୍କୁ ଖଲାସ କଲା ଜମ୍ମୁ-କାଶ୍ମୀର ପ୍ରଶାସନ

ଶ୍ରୀନଗର : ଜମ୍ମୁ-କାଶ୍ମୀର ପ୍ରଶାସନ ଅଟକ ରଖିଥିବା ୪ ଜଣ ନେତାଙ୍କୁ ଆଜି ଖଲାସ କରିଛି। ୩ ଜଣ ନ୍ୟାସନାଲ କନ୍‌ଫରେନ୍‌ସର ଥିଲାବେଳେ ଜଣେ ପିଡିପିର। ଖଲାସ ହୋଇଥିବା ନ୍ୟାସନାଲ କନଫରେନ୍‌ସର ୩ ନେତା ହେଉଛନ୍ତି ଅବଦୁଲ ମାଜିଦ ଭଟ୍ଟ ଲର୍ନି, ଗୁଲାମ ନବି ଭଟ୍ଟ, ଡ. ମହମ୍ମଦ ସାଫି ଏବଂ ପିଡିପିର ମହମ୍ମଦ ୟୁସୁଫ ଭଟ୍ଟ। ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଅନ୍ୟାନ୍ୟ ବିରୋଧୀ ନେତାଙ୍କ ସହ ଏମାନଙ୍କୁ ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର