ମାଲକାନଗିରି: ନକ୍ସଲ ପ୍ରଭାବିତ ଅଞ୍ଚଳରୁ ମାଓବାଦୀଙ୍କ ମଳୋତ୍ପାଟନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହାତକୁ ବ୍ୟାପକ ପଦକ୍ଷେପ ନେଇଛନ୍ତି। କିନ୍ତୁ ନକ୍ସଲ ଗତିବିଧି ଶେଷ ହେଉନାହିଁ। ପଡୋଶୀ ଛତିଶଗଡ଼ର ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଦମ୍ଭ ଦେଇଛନ୍ତି। ଏନ୍କାଉଣ୍ଟର ମାଧ୍ୟମରେ ୪ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ନକ୍ସଲ ନିହତ ନେଇ ନାରାୟଣପୁର ଏନ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ମୁଗେଡି ଓ ଗୋବେଲ ଜଙ୍ଗଲରେ ହୋଇଛି। କୁହାଯାଉଛି ଯେ, ଗୁଳିବିନିମୟ ରହିରହି ହୋଇଛି। ଏଥିରେ ୪ ଜଣ ନକ୍ସଲ ନିପାତ ହୋଇଥିବା ବେଳେ ଆହୁରି ଅନ୍ୟମାନେ ଆହତ ହୋଇଛନ୍ତି। ଆଇଟିବିପି, ଡିଆରଜି ବସ୍ତର ବାଟାଲିୟନର ଯବାନମାନେ ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗୁଳିବିନିମୟ ବେଳେ ୩ ଜଣ ଡିଆରଜି ଯବାନ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ନକ୍ସଲ ସାମଗ୍ରୀ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି।