ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ୪ ଜଣ ଦୁର୍ଦାନ୍ତ ନକ୍ସଲକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଚିନ୍ତାଗୁମ୍ଫା ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ତାଡମେଟଲା ଗ୍ରାମ୍ୟ ଜଂଗଲରେ ଯବାନଙ୍କୁ ଦେଖି କିଛି ଲୋକ ଜଂଗଲରେ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ଯବାନ ସମସ୍ତ ଜଂଗଲକୁ ଘେରି ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରିଥିଲେ। ଏମାନଙ୍କୁ ଧରି ପଚରାଉଚରା କରିବା ପରେ ଏମାନେ ନିଜ ନାମ ଖୁଲାସା କରିଥିଲେ।
ଏମାନେ ହେଲେ ନକ୍ସଲ ସଂଗଠନର ସିଏନଏମ ସଦସ୍ୟ ସୋଡି ଦେବା,ମିଲିସିଆ ସଦସ୍ୟ ମାଡବୀ ମାଡା, ସୋଡ଼ି ଭୀମା ଏବଂ ମୋଟୁ ଅରଫ ଅଶ୍ବିନୀ ପଡ଼ିଆମି। ଏମାନେ ଗତ ୨୦୨୩ରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ। ଚିନ୍ତାଗୁମ୍ଫା ଥାନାରେ ଏମାନଙ୍କ ନାମରେ ବିଭିନ୍ନ ଆପିସି ଧାରା ଲଗାଇ କେଶ ରୁଜୁ କରାଯିବା ସହ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/10/ershpZbHt9SjFtPhCz90.jpg)