ଛତିଶଗଡ଼ ଦାନ୍ତେଓ୍ଵାଡ଼ାରୁ ଗିରଫ ହେଲେ ୪ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ; ୩ ଜଣଙ୍କ ମୁଣ୍ଡ ଉପରେ ଘୋଷଣା ହୋଇଥିଲା ୧ ଲକ୍ଷ ଲେଖାଏଁର ପୁରସ୍କାର ରାଶି

ରାୟପୁର: ଛତିଶଗଡ଼ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଦୁଇଟି ପୃଥକ୍‌ ପୃଥକ୍‌ ଘଟଣାରେ ଛତିଶଗଡ଼ ପୁଲିସ୍‌ ଆଜି ଅପରାହ୍ଣରେ ଦାନ୍ତେଓ୍ଵାଡ଼ା ଜିଲ୍ଲାରୁ ୪ ଜଣ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀଙ୍କୁ ଗିରଫ କରିଛି।

ପ୍ରଥମ ଘଟଣାରେ ଦାନ୍ତେଓ୍ଵାଡ଼ାର ଫର୍ସପାଲ ପୁଲିସ୍‌ ଥାନା ଅଞ୍ଚଳରୁ ପୁଲିସ୍‌ ୩ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିବା ବେଳେ ଅନ୍ୟଜଣେ ମାଓବାଦୀକୁ ଆର୍‌ନାପୁର ଥାନା ଅଞ୍ଚଳରୁ ଗିରଫ କରିଥିଲା। ପୁଲିସ୍‌ ହାତରେ ଗିରଫ ହୋଇଥିବା ଏହି ୪ ଜଣ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀଙ୍କ ମଧ୍ୟରୁ ୩ଜଣଙ୍କ ମୁଣ୍ଡ ଉପରେ ସରକାରଙ୍କ ପକ୍ଷରୁ ୧ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା କରା ଯାଇଥିଲା। ଏହି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ହେଉଛନ୍ତି ବୁଦ୍ଧରାମ ଓରଫ ଛୋଟୁ ଓୟାମ୍‌ (୨୨), ଓୟାମ୍‌ ରାଜୁ (୩୫) ଓ ପୁନେମ୍‌ ସୁଖରାମ୍‌ (୨୮)। ଗୁଇନ୍ଦା ବିଭାଗ ସୂତ୍ରରୁ ମିଳିଥିବା ବିଶେଷ ସୂଚନା ଆଧାରରେ ଛତିଶଗଡ଼ ପୁଲିସ୍‌ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର