ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ୪ ଜଣ ବିଚାରପତିଙ୍କୁ ଆଜି (ଶୁକ୍ରବାର) ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ସୁପ୍ରମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ୧ ନମ୍ବର କୋର୍ଟରୁମ୍ ମଧ୍ୟରେ ଆଜି ପୂର୍ବାହ୍ଣରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ସୁପ୍ରିମ୍ କୋର୍ଟର ନବ ନିଯୁକ୍ତ ବିଚାରପତି ଜଷ୍ଟିସ୍ ବି ଆର୍ ଗଭାଇ, ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଅନିରୁଦ୍ଧ ବୋଷ ଓ ଜଷ୍ଟିସ୍ ଏ ଏସ୍ ବୋପାନ୍ନାଙ୍କୁ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ସୁପ୍ରିମ୍ କୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୧ ଥିବା ବେଳେ; ସୁପ୍ରିମ୍ କୋର୍ଟରେ ୨୭ ଜଣ ବିଚାରପତି ରହିଥିଲେ। ଏବେ ସୁପ୍ରିମ୍ କୋର୍ଟର ନୂତନ ବିଚାରପତି ଭାବେ ଏହି ୪ ଜଣ ଶପଥ ପାଠ କରିବା ପରେ ଏବେ ସୁପ୍ରିମ୍ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି।