ନୂଆଦିଲ୍ଲୀ : ୨୦୨୦ ମସିହା ନିମନ୍ତେ ୪ ଜଣ ଓଡ଼ିଆ ପୋଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ତଦନ୍ତରେ ଉତ୍କର୍ଷତା ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇଥିବା ୪ଜଣ ଓଡ଼ିଆ ପୋଲିସ ଅଧିକାରୀହେଲେ, ଇନ୍ସପେକ୍ଟର ସୁଷମା ତିର୍କୀ, ସବ୍-ଇନ୍ସପେକ୍ଟର ସନ୍ତୋଷୀ ବାରିକ, ସବ୍-ଇନ୍ସପେକ୍ଟର ଯୁଗଳ କିଶୋର ଦାଶ ଓ ସବ୍-ଇନ୍ସପେକ୍ଟର ବାବାଶଙ୍କର ସରାଫ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କର ତରଫରୁ ତଦନ୍ତରେ ଉତ୍କର୍ଷତା ପାଇଁ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ୧୨୧ ଜଣ ପୋଲିସ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରଯାଇଛି। ପୁରସ୍କାର ପାଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରୁ ୧୫ଜଣ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)ର ହୋଇଥିବାବେଳେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୧୦ ଜଣ ଲେଖାଏଁ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ଅପରାଧ ଘଟଣାରେ ତଦନ୍ତର ମାନ ଉଚ୍ଚକୋଟୀର କରାଇବା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଉତ୍କର୍ଷତାକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ୨୦୧୮ରୁ ଏହି ପଦକ ସୃଷ୍ଟି କରାଯାଇଥିଲା। ତୃଳମୂଳସ୍ତରରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ପାରଦର୍ଶିତାକୁ ସ୍ବୀକୃତି ଦେବା ଏହି ସ୍ବତନ୍ତ୍ର ପୁରସ୍କାରର ଲକ୍ଷ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Odisha-Police.jpg)