ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ୨ଟି ସ୍ଥାନରେ ରୢାଲି କରିଛନ୍ତି। ମୋଦୀ ଫାରବିସ୍ଗଂଜ ,ସହର୍ସାରେ ରୢାଲି କରି ଆର୍ଜେଡି-କଂଗ୍ରେସ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ସଂସଦର ୨ଟି ଗୃହରେ କଂଗ୍ରେସର ସଂଖ୍ୟା ୧୦୦ରୁ କମ୍ ଥିବାରୁ ଏହି ପ୍ରସଙ୍ଗରେ ମୋଦୀ କଂଗ୍ରେସକୁ କଟାକ୍ଷ କରିଛନ୍ତି। ମୋଦୀ କହିଛନ୍ତି, କଂଗ୍ରେସ ଦାରିଦ୍ର୍ୟ ହଟାଇବା ଏବଂ କୃଷି ଋଣ ଛାଡ଼ କରିବା ନେଇ ଲୋକମାନଙ୍କୁ ଯେଉଁ ଭୁଲ୍ ପ୍ରତିଶ୍ରୁତି ଦେଇଛି ସେଥିପାଇଁ ଲୋକମାନେ ଖୁବ୍ କ୍ରୋଧାନ୍ବିତ ହୋଇଯାଇଛନ୍ତି। ଏବେ ଲୋକମାନେ କେଉଁଠି ଟିକେ ସୁଯୋଗ ପାଇଲେ କଂଗ୍ରେସକୁ ଦଣ୍ଡିତ କରୁଛନ୍ତି। ଜନତାଙ୍କ କ୍ରୋଧ ଯୋଗୁଁ ସଂସଦର ଦୁଇଟି ଯାକ ଗୃହରେ କଂଗ୍ରେସର ସଂଖ୍ୟା ୧୦୦ରୁ ତଳକୁ ଖସି ଯାଇଛି। ଉତ୍ତରପ୍ରଦେଶ ଏବଂ ବିହାର ପରି ରାଜ୍ୟମାନଙ୍କରେ କଂଗ୍ରେସ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନକୁ ଖସି ଆସିଛି। ଏହା ଏବେ ତିଷ୍ଠି ରହିବାପାଇଁ ସମ୍ପୂର୍ଣ୍ଣ ଭାବେ ଅନ୍ୟ ଦଳ ଉପରେ ନିର୍ଭରଶୀଳ। ବିହାରକୁ ଜଙ୍ଗଲରାଜ ଆଣିଥିବା ଲୋକଙ୍କ ସହିତ ଏବେ କଂଗ୍ରେସ ହାତମିଳାଇ ରାଜ୍ୟବାସୀଙ୍କୁ ବଡ଼ ଧୋକା ଦେଇଛି ବୋଲି ମୋଦୀ କହିଛନ୍ତି।
କଂଗ୍ରେସର ମିଥ୍ୟା ପ୍ରତିଶ୍ରୁତି ପାଇଁ ଲୋକେ ଦଣ୍ଡ ଦେଉଛନ୍ତି: ମୋଦୀ
/sambad/media/post_attachments/wp-content/uploads/2020/10/narendra-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)