ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡକାଇ କ୍ଷୋଭ ପ୍ରକାଶ କରିଥିବା ସୁପ୍ରିମ୍ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି।
ଜଷ୍ଟିସ୍ ଜେ ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ଲୋକୁର ଏବଂ କୁରିଆନ୍ ଜୋସେଫ ସୋମବାର ଦିନ ଅଦାଲତକୁ ଯାଇ ସେମାନଙ୍କର ନିୟମିତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଗୋଟାଏ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରି ଶୁକ୍ରବାର ଦିନ ସେମାନେ ସୁପ୍ରିମ୍ କୋର୍ଟର ଅନିୟମିତତା ଏବଂ ମାମଲା ଆବଣ୍ଟନରେ ପ୍ରଧାନ ବିଚାରପତିଙ୍କ ଭୂମିକା ସମ୍ପର୍କରେ ସାମ୍ବାଦିକମାନଙ୍କୁ କହିଥିଲେ। ଗଣମାଧ୍ୟମ ଆଗରେ କହିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନ ଥିଲା ବୋଲି ସେମାନେ କହିଥିଲେ।
ଏହା ପରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସବୁ ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/62504851.jpg)