ଦିଲ୍ଲୀର ସାକେତ କୋର୍ଟ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ | ଏହି ଅଗ୍ନିକାଣ୍ଡରେ ଜଣେ ୮୨ ବର୍ଷିୟଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୭ଟି ଗାଡି ଆସି ପହଁଚିଥିବା ଜଣାପଡିଛି | ଜଣକର ମୃତ୍ୟୁ ହୋଇଥିବା ବେଳେ ଅଗ୍ନିଶମ କର୍ମଚାରୀ ଅନ୍ୟ ଚାରି ଜଣଙ୍କୁ ଉଦ୍ଧାର କରିଛନ୍ତି |

ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୨୩ ସମୟରେ ଦିଲ୍ଲୀର ସାକେତ କୋର୍ଟ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା | ନିଆଁଟି ଦିଲ୍ଲୀର ସାକେତ କୋର୍ଟ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସର ଚତୁର୍ଥ ମହଲରେ ଲାଗିଥିଲା |

ସମ୍ବନ୍ଧିତ ଖବର