ଦିଲ୍ଲୀର କାରୋଲ୍‌ବାଗ୍‌ ଠାରେ ଭୁଶୁଡ଼ି ପଡ଼ିଲା ଚାରି ତାଲା କୋଠାଘର

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ରୀୟ ଦିଲ୍ଲୀର କାରୋଲ୍‌ବାଗ୍‌ ଠାରେ ଗୋଟାଏ ଚାରିତାଲା ବିଶିଷ୍ଟ କୋଠାଘର ଭୁଶୁଡ଼ି ପଡ଼ିଥିବା କଥା ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି।

ସକାଳ ୮:୪୦ ମିନିଟ୍‌ ସମୟରେ ଖବର ପାଇବା ପରେ ଦୁଇ ଜଣ ରେସ୍‌କ୍ୟୁ ରେସ୍ପଣ୍ଡର୍‌ଙ୍କ ସହ ଚାରିଟି ଦମକଳ ଘଟନାସ୍ଥଳକୁ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କୋଠଘରଟି ଦେବ ନଗର ଅଞ୍ଚଳରେ ଅବସ୍ଥିତ।

ଘରର ତଳ ମହଲାରେ ଥିଲା କେତେକ ଦୋକାନ। କିନ୍ତୁ, ଚତୁର୍ଥ ମହଲାଟି ଖାଲି ପଡ଼ିଥିଲା।

ଭଗ୍ନ କୋଠା ଭିତରେ କେହି ରହିଯାଇଛନ୍ତି କି, ନାହଁ ଜାଣିବାକୁ ଉଦ୍ୟମ ଚାଲିଛି। ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା କଥା ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର