ଜମ୍ମୁ ଓ ସାମ୍ବାରେ ପୁଣି ଉଡ଼ିଲା ଡ୍ରୋନ, ଚିନ୍ତାରେ ସୁରକ୍ଷାବାହିନୀ

ଜମ୍ମୁ : ଜମ୍ମୁ ଓ କଶ୍ମୀରରେ ଭାରତୀୟ ସୀମା ଭିତରକୁ ପାକିସ୍ତାନୀ ଡ୍ରୋନଗୁଡ଼ିକର ଅନୁପ୍ରବେଶ ମାମଲା ବଢିଚାଲିଛି । ଶୁକ୍ରବାର ଦିନ ଜମ୍ମୁ ଓ ସାମ୍ବା ଆଦି ଅଞ୍ଚଳରେ ଉଡ଼ୁଥିବା ୪ଟି ସଂଦିଗ୍ଧ ଡ୍ରୋନକୁ ସୁରକ୍ଷା ବାହିନୀ ପକ୍ଷରୁ ଠାବ କରାଯାଇଛି । ଗତକାଲି ଜମ୍ମୁ ବାୟୁସେନା ଘାଟି ଉପରେ ଉଡ଼ୁଥିବା ଏକ ଡ୍ରୋନକୁ ସୁରକ୍ଷାବାହିନୀ ଗୁଳିକରି ଖସାଇବା ଆଜି ଏହି ଘଟଣା ସୁରକ୍ଷାବାହିନୀର ଚିନ୍ତା ବଢାଇଦେଇଛି ।

ଗତକାଲି କେନ୍ଦ୍ର ସରକାର ଚିଠା ଡ୍ରୋନ ନୀତି ପ୍ରକାଶ କରିବା ସହ ଏ ବାବଦରେ ଲୋକମାନଙ୍କ ମତାମତ ଆହ୍ବାନ କରିଥିଲେ ।

ଗତ ମାସରେ ପାକିସ୍ତାନୀ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ବିସ୍ଫୋରକ ପଠାଇ ଜମ୍ମୁସ୍ଥିତ ବାୟୁସେନା ଘାଟିରେ ବିସ୍ଫୋରଣ କରିଥି୍ଲେ । ଏହି ଘଟଣାରେ ଦୁଇଜଣ ବାୟୁସେନା କର୍ମଚାରୀ ଆହତ ହୋଇଥିଲେ । ସେହିପରି ଗତ ବୁଧବାର ଦିନ ମଧ୍ୟ ସୀମା ନିକଟରେ ଏକ ଡ୍ରୋନ ଉଡ଼ଥିବା ଦେଖାଯିବା ପରେ ବିଏସଏଫ କର୍ମଚାରୀମାନେ ଗୁଳି ଚଳାଇଥିଲେ । ବାୟୁସେନାର କିଲର ଡ୍ରୋନ ସିଷ୍ଟମର ଉପଯୋଗରେ ଡ୍ରୋନଗୁଡିକ ଉପରେ ନଜର ରଖାଯାଇ ସେଗୁଡ଼ିକୁ ଅଚଳ ଓ ନଷ୍ଟ କରିଦିଆଯାଉଛି ।

 

ସମ୍ବନ୍ଧିତ ଖବର