ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୋର ସହରରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟ ଯୋଗୁଁ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ଆତଙ୍କବାଦୀମାନେ ଜୌସ ଇ ମହମ୍ମଦ (ଜେ ଇ ଏମ) ସଙ୍ଗଠନ ସହିତ ଜଡ଼ିତ ବୋଲି ଜଣାପଡ଼ିଛି।
#UPDATE Four terrorists have been killed.Arms and ammunition recovered https://t.co/23BX6oZUie
— ANI (@ANI) December 29, 2018
ମିଳିଥିବା ସୂଚନା ଅନୁଯାୟୀ,ପୁଲଓ୍ଵାମାର ରାଜପୋରା ସହରରେ କେତେକ ଆତଙ୍କବାଦୀ ଛପି ରହିଥିବା ସୂଚନା ପାଇ ସେନା, ଏସଓଜି ଓ ସିଆରପିଏଫର ଜବାନମାନେ ସେହି ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିେଲେ। ଶନିବାର ବଡ଼ି ଭୋରରୁ ହୋଇଥିିବା ଏହି ସର୍ଚ୍ଚ ଅପରେସନ ଆରମ୍ଭ ହେବା ମାତ୍ରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷା କର୍ମୀମାନେ ପୋଜିସନ୍ ନେଇ ପାଲଟା ଗୁଳି ଚଳାଇବାରୁ ୪ ଜଣ ଆତଙ୍କୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଏବେ ବି ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।