ଶ୍ରୀନଗର: ଗତରାତି ପାହାନ୍ତା ପ୍ରହର ପୂର୍ବରୁ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ବେଳେ ଶୋପିଆଁର ମନିହାଲ୍ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏପର୍ଯ୍ୟନ୍ତ ଚାଲୁ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ଭାରତୀୟ ସେନା ଏବଂ ‘ସିଆର୍ପିଏଫ୍’ ମିଳିତ ଭାବେ ତଲାସ ଅଭିଯାନ ଆରମ୍ଭ କରିଥିଲେ।
Image Courtesy of Zee Newsଏହି ମିଳିତ ତଲାସ ଅଭିଯାନରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ପ୍ରଥମେ ଜମ୍ମୁ ଓ କଶ୍ମୀର ପୁଲିସ କହିଥିଲା। ଏହା ପରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ରିପୋର୍ଟ ହୋଇଥିଲା।
ଏହାପରେ ୪ର୍ଥ ଆତଙ୍କବାଦୀଜଣକ ନିପାତ ହେବା ସହ ଘଟଣାସ୍ଥଳରୁ କିଛି ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି। ଗୁଳି ବିନିମୟ ଘଟଣାରେ ଆହତ ହୋଇଥିବା ଜଣେ ନିରାପତ୍ତା କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ସେନା ହସ୍ପିଟାଲ୍କୁ ପଠାଇ ଦିଆଯାଇଛି।
ନିହତ ୪ ଆତଙ୍କବାଦୀ ‘ଲଶ୍କର୍-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନ ସହ ଅନୁବନ୍ଧିତ ବୋଲି କଶ୍ମୀର ଜୋନ୍ ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/army-1.jpg)