ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ, ଅପରେସନ ଜାରି

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ମଙ୍ଗଳବାର ୪ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସୁରକ୍ଷକର୍ମୀମାନେ ଜମ୍ମୁ କଶ୍ମୀରର କୁପଓ୍ଵାରା ଜିଲ୍ଲାରେ ୪ ଆତଙ୍କବାଦୀଙ୍କୁ ଗୁଳି କରି ନିହତ କରିଛନ୍ତି।

ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କୁପଓ୍ଵାରା ଜିଲ୍ଲାର ଆରମପୋରା ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଆଜି ୪ଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ ମଧ୍ୟ ଅପରେସନ ଜାରି ରଖିଛନ୍ତି।

ସେନାର ଜଣେ ଅଧିକାରୀ କହିଛନ୍ତି, ସେନା ପେଟ୍ରୋଲ ଉପରକୁ ଆତଙ୍କବାଦୀମାନେ ଗୁଳି କରିବା ପରେ ସୁରକ୍ଷାକର୍ମୀ ପକ୍ଷରୁ ଆରମପୋରା ଅଞ୍ଚଳରେ ଅପରେସନ ଆରମ୍ଭ କରାଯାଇଥିଲା। ସେ କହିଛନ୍ତି, ଆତଙ୍କବାଦୀମାନଙ୍କୁ ନିହତ କରିବା ପାଇଁ ସୁରକ୍ଷାକର୍ମୀମାନେ ସୁଚିନ୍ତିତ ଶୈଳୀରେ ଅପରେସନ କରି ଏଥିରେ ସଫଳ ହୋଇଛନ୍ତି। ଅପରାହ୍ନ ୩ଟା ୩୦ରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ବିରୋଧରେ ଅପରେସନ୍‌ ଆରମ୍ଭ କରିଥିଲେ। ଅପରେସନର କିଛି ସମୟ ପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ, କିନ୍ତୁ ଏଥିରେ ତାଙ୍କୁ କିଛି ଲାଭ ହୋଇ ନଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସମ୍ବନ୍ଧିତ ଖବର