ସାମ୍ନାକୁ ଆସିଲା ହରିୟାଣାରେ ଥିବା ଡାକ୍ତରଖାନାର ଅବସ୍ଥା: ଡାକ୍ତରଙ୍କ ପରିବର୍ତ୍ତେ ଚପରାସୀ ଆହତଙ୍କ ହାତରେ ଷ୍ଟିଚ୍‌ ପକାଉଥିବାର ଫଟୋ ଭାଇରାଲ

ରୋହତକ୍‌ : ହରିୟାଣାର ରୋହତକ୍‌ ଜିଲ୍ଲାରେ ଥିବା ଏକ ସରାକାରୀ ଡ଼ାକ୍ତରଖାନାର ଅସଲ ଚିତ୍ର ସାମ୍ନାକୁ ଆସିଛି। ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ କିପରି ଅବହେଳାର ଶିକାର ହେଉଛନ୍ତି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ରୋହତକ ଜିଲ୍ଲାରେ ଥିବା ସରକାରୀ ଡ଼ାକ୍ତରଖାନାର ଆପତ୍ତକାଳୀନ ଓ୍ଵାର୍ଡ଼ରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀଙ୍କ ଷ୍ଟିଚ୍‌ କରୁଥିବାର ଦେଖାଯାଇଛି । ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ଫଟୋ ଭାଇରାଲ ହେବା ପରେ ଏବେ ଅଧିକାରୀମାନେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏହା ପ୍ରଥମ ଘଟଣା ନୁହେଁ,ଏହା ପୂର୍ବରୁ ରୋହତକ୍‌ ଜିଲ୍ଲାରେ ଏମିତି ଅନେକ ଘଟଣା ଘଟି ସାରିଛି । ଯେଉଁଠି ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀଙ୍କ କ୍ଷତସ୍ଥାନ ସିଲେଇ କରୁଥିବାର ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର